ଜନତାଙ୍କ ସ୍ୱାର୍ଥ ପାଇଁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ବନାଖଣ୍ଡି ମହିଳା ସରପଞ୍ଚ
କୋଣାର୍କ : କୋଣାର୍କସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଜେଡ଼ି ପକ୍ଷରୁ ବୁଧବାର ସଂଧ୍ୟାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ ବିଜେପିରେ ମିଶି ନିର୍ବାଚନ ସମୟରେ କଂଗ୍ରେସ ଓ ବିଜେପିର ମିଳିତ ସମର୍ଥନରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଚର୍ଚ୍ଚିତ ଥିବା ଓ ପରବର୍ତ୍ତୀ ସମୟରେ ବିଜେଡ଼ି ଗଡରେ ବିଜୁ ଜନତା ଦଳର ସରପଞ୍ଚ ପ୍ରାର୍ଥୀନୀକୁ ହରାଇ ଗୋପ ବ୍ଲକ ବନାଖଣ୍ଡି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଶ୍ରୀମତୀ ପ୍ରଜ୍ଞା ପାରମିତା ନାୟକ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କାକଟପୁର ନିର୍ବାଚନ ମଣ୍ଡଳୀର ଛାମୁଆ ନେତା ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ଙ୍କ ରାଜନୈତିକ ରଣକୌଶଳ ଓ କାର୍ଯ୍ୟଦକ୍ଷତା ଉପରେ ବିଶ୍ୱାସ ରଖିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ଜନ ସାଧାରଣ ନିକଟରେ ପହଞ୍ଚାଇବା ଓ ଜନତାଙ୍କ ସ୍ୱାର୍ଥ ପାଇଁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ବୋଲି ନିଜର ମତ ପ୍ରକାଶ କରିଛନ୍ତି । ଏଥି ସହିତ ତାଙ୍କ ସହିତ ବିଜେପି ଓ କଂଗ୍ରେସର କେତେକ ଆଗଧାଡିର କର୍ମୀମାନେ ବିଜେଡିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟା ତଥା ନାରୀ ସଙ୍ଗଠିକା ପୁଷ୍ପା ରାଣୀ ସ୍ୱାଇଁ, ପୂର୍ବତନ ଜି୍ଲାପରିଷଦ ଅଧକ୍ଷ ଜ୍ୟୋତିର୍ମୟ ଦଳାଇ, କୋଣାର୍କ ବିଜେଡ଼ି ନଗର ସଭାପତି ଗୋପାଳ ଚନ୍ଦ୍ର ବେହେରା, ଅଚ୍ୟୁତପୁର ପୂର୍ବତନ ସରପଞ୍ଚ ଭକ୍ତ ବଲ୍ଲଭ ଦାଶ, ମହଲପଡ଼ା ସରପଞ୍ଚ ଶୀର୍ଷ ରଞ୍ଜନ ନାୟକଙ୍କ ସମେତ ଅନେକ କର୍ମୀ ମାନେ ଉପସ୍ଥିତ ଥିଲେ ।
