ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ମୟୂରଭଞ୍ଜର ଜରୁରୀ ବୈଠକ ଆଗାମୀ ୨୭ରେ ଭୂବନେଶ୍ୱର ଠାରେ ବିଧାୟକଙ୍କୁ ସମୂହ ଦାବୀପତ୍ର ପ୍ରଦାନ
ମୟୂରଭଞ୍ଜ : ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ହରେକୃଷ୍ଣ ବାରିକଙ୍କ ସଭାପତିତ୍ୱରେ ପ୍ରାଥମିକ ଶିକ୍ଷକ ଭବନ, ଲାଲ ବଜାର ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ୨୬ଟି ବ୍ଲକରୁ ସଭାପତି ଓ ସମ୍ପାଦକ ତଥା ଜିଲ୍ଲାର ସମସ୍ତ କର୍ମକର୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ଆଗାମୀ ୨୭ ତାରିଖ ଦିନ ପ୍ରତି ବ୍ଲକର ସଭାପତି ଓ ସମ୍ପାଦକ ତଥା ଜିଲ୍ଲାର ସମସ୍ତ କର୍ମକର୍ତା ଭୂବନେଶ୍ୱରରେ ଉପସ୍ଥିତ ହୋଇ ନିଜ ନିଜର ନିର୍ବାଚନ ମଣ୍ଡଳିର ବିଧାୟକ ମାନଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିବେ ଏବଂ ୨୮/୦୨/୨୦୨୩ରିଖ ମିଳିତ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକରେ ଅଂଶଗ୍ରହଣ କରି ଆଗାମୀ ଆନ୍ଦୋଳନର ତରିକା ସମ୍ପର୍କରେ ନିଷ୍ପତି ନେବାକୁ ଅନୁରୋଧ କରାଯାଉଅଛି । ଆଜିର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଅନୁଯାଇ କେତେଜଣ ନୂତନ ସଦସ୍ୟଙ୍କୁ ଜିଲ୍ଲା ସଂଘରେ ସାମିଲ କରାଗଲା । ସେମାନେ ହେଲେ- ସେକ୍ ଇରସାଦ ଉଲ୍ଲା(ବାରିପଦା ବ୍ଲକ), ରବିନ୍ଦ୍ର ମହାନ୍ତ (ବେତନଟି ବ୍ଲକ), ଚନ୍ଦ୍ର ଶେଖର ବେହେରା (ବଡସାହି ବ୍ଲକ) ଓ ଆଶୁତୋଷ ସାହୁ (କପ୍ତିପଦା ବ୍ଲକ) । ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି-ଶିବନାରାୟଣ ମହାନ୍ତ, ରବିନ୍ଦ୍ର ସୋରେନ, ପ୍ରବୀଣ କୁମାର ମହାନ୍ତ, ଅନୀଲ କୁମାର ମହାନ୍ତ । ଉପ-ସଭାପତି- ଗୌର ଗୋପାଳ ଲେଙ୍କା, ପୁରସ୍ତମ ମହାନ୍ତ, ଗୀତିକା ବେହେରା, ରୂପାଲି ପଣ୍ଡା, ସୌମ୍ୟ ଦାଶ, ଚିରଞ୍ଜିବ ବେହେରା, ସାଧାରଣ ସମ୍ପାଦକ- ରାଜେନ୍ଦ୍ର ମହାନ୍ତ, ସଂଗଠନ ସମ୍ପାଦକ ସିଦ୍ଦେଶ୍ୱର ମିଶ୍ର, ଗଦାଧର ନାଏକ, ସହ-ସମ୍ପାଦକ, ସୂର୍ଯ୍ୟକାନ୍ତ ସେଠୀ, ସୁଶୀଲ କୁମାର ପଣ୍ଡା, ଜଗନ୍ନାଥ ପଣ୍ଡା, ସପନ କୁମାର ବେହେରା, କୋଷାଧ୍ୟକ-ପ୍ରଦୀପ କୁମାର ନାଥ, ଆଂଚଳିକ ସମ୍ପାଦକ-ଚନ୍ଦନ କୁମାର ସାହୁ, ଆଦ୍ୟାଶା ଦାସ, କିଶୋର ବେହେରା, ଅରବିନ୍ଦ କୁମ୍ଭକରା, ମୁଖପାତ୍ର ଅଜୟ କୁମାର ମହାନ୍ତ, ଭବାନି ଶଙ୍କର ଗିରି, ରଞ୍ଜିତ ମୁର୍ଖାଜି, ବିରେନ୍ଦ୍ର ମଢେଇ, ରାଜ୍ୟ ସଂଯୋଜକ- ପୁର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଜାମିନି କାନ୍ତ ପଣ୍ଡା, ଭବେଶ କୁମାର ପାଣିଗ୍ରାହି, ଅନ୍ୟ ମାନଙ୍କ ମଧ୍ୟରେ ଅଜୟ କୁମାର ପଣ୍ଡା, ମିତ୍ରଭାନୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
