ଚିତାକୁ ଭାରତକୁ ଫେରାଇ ଆଣିବା ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଲେ ୧୦,୦୬୨ ବିଦ୍ୟାର୍ଥୀ
ନୂଆଦିଲ୍ଲୀ : ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ଏକ ଅଧୀନସ୍ଥ କାର୍ଯ୍ୟାଳୟ ନୂଆଦିଲ୍ଲୀ ସ୍ଥିତ ଜାତୀୟ ପ୍ରାକୃତିକ ଇତିହାସ ସଂଗ୍ରହାଳୟ ଏବଂ ମହୀଶୂର, ଭୋପାଳ, ଭୁବନେଶ୍ୱର ଏବଂ ସୱାଇ ମାଧୋପୁର ଠାରେ ଅବସ୍ଥିତ ଏହାର ଆଂଚଳିକ ସଂଗ୍ରହାଳୟ ଚିତାକୁ ଭାରତକୁ ଫେରାଇ ଆଣିବା – ଦେଶର ପ୍ରାକୃତିକ ଐତିହ୍ୟକୁ ଫେରାଇ ଆଣିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ୧୪ – ୧୮ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜନ କରା ଯାଇଥିଲା ଏବଂ ଏଥିରେ ସମଗ୍ର ଦେଶର ୧୦,୦୬୨ ବିଦ୍ୟାର୍ଥୀ ଏଥିରେ ଭାଗ ନେଇଥିଲେ
