ମହିଳା ବିଶ୍ୱକପ୍-୨୦୨୩ ସେମିଫାଇନାଲ ଲାଇନ-ଅପ ଚୁଡାନ୍ତ : ଭାରତ-ଅଷ୍ଟ୍ରେଲିଆ ଓ ଇଂଲଣ୍ଡ-ସାଉଥ ଆଫ୍ରିକା ମୁକାବିଲା
କେପ୍ଟାଉନ୍ : ଆଇସିସି ଟି-୨୦ ମହିଳା ବିଶ୍ୱକପ୍-୨୦୨୩ ସେମିଫାଇନାଲ ଲାଇନ-ଅପ ଚୁଡାନ୍ତ । ଭାରତୀୟ ଟିମ୍ ବ୍ୟତୀତ ଆଉ ୩ଟି ଦଳ ମଧ୍ୟ ସେମିରେ ସାମିଲ ହୋଇଛନ୍ତି । ଗ୍ରୁପ୍-୨ରେ ଇଂଲଣ୍ଡ ଟପ୍ ରହିଥିବା ବେଳେ ଟିମ୍ ଇଣ୍ଡିଆ ୨ୟ ନମ୍ବରର ରହି ସେମି ପାଇଁ କ୍ୱାଲିଫାଇ କରିଛନ୍ତି । ସେହିପରି ଗ୍ରୁପ-୧ରେ ଅଷ୍ଟ୍ରେଲିଆ ଟପ୍ରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ୨ୟ ନମ୍ବରରେ ରହି ସେମିରେ ପ୍ରବେଶ କରିଛି ।
ବିଶ୍ୱକପ୍ରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ପାକିସ୍ତାନର ପରାଜୟ ପରେ ଅଷ୍ଟ୍ରେଲିଆ ସହିତ ଟିମ୍ ଇଣ୍ଡିଆର ସେମି ଫାଇନାଲ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଫେବୃଆରୀ ୨୩ ତାରିଖ ଦିନ କେପ୍ଟାଉନ୍ ଖେଳାଯିବ ଏହି ସେମିଫାଇନାଲ ଖେଳିବ । ପାକିସ୍ତାନ ନିଜର ଶେଷ ଲିଗ୍ ମ୍ୟାଚ୍ ଇଂଲଣ୍ଡ ଠାରୁ ୧୧୪ ରନ୍ରେ ପରାସ୍ତ ହୋଇଛି । ଗ୍ରୁପ-୨ରେ ସେମି ଲଢେଇ ମଧ୍ୟ ଜୋରଦାର ହୋଇଥିଲା । ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଏବଂ ସାଉଥ୍ ଆଫ୍ରିକା ସେମି ରେସ୍ରେ ଥିଲେ । ହେଲେ ଗ୍ରୁପ ଷ୍ଟେଜ୍ର ଶେଷ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ୧୦ ଓ୍ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଥିଲେ । ଯାହାଫଳରେ ୪ ପଏଣ୍ଟ ସହ ସେମିରେ ଏଣ୍ଟ୍ରି କରିଛି । ସେହିପରି ଗ୍ରୁପ-୨ରେ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟ ବରାବର ସ୍ଥିତିରେ ରହିଥିଲେ । କିନ୍ତୁ ରନ୍ରେଟ୍ ହିସାବରେ ଦକ୍ଷିଣ ଆଫ୍ରିକାକୁ ସେମିରେ ଏଣ୍ଟ୍ରି କରିଛି । ଏବେ ଦକ୍ଷିଣ ଆଫ୍ରିକାର ମୁକାବିଲା ଇଂଲଣ୍ଡ ସହିତ ହେବ । ଆସନ୍ତା ୨୪ ତାରିଖ ଦିନ କେପଟାଉନରେ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବ ।
ପ୍ରଥମ ସେମିଫାଇନାଲ : ଭାରତ-ଅଷ୍ଟ୍ରେଲିଆ (୨୩ ଫେବୃଆରୀ) କେପ୍ଟାଉନ୍ ଓ ଦ୍ୱିତୀୟ ସେମିଫାଇନାଲ : ଇଂଲଣ୍ଡ-ସାଉଥ ଆଫ୍ରିକା (୨୪ ଫେବୃଆରୀ) କେପ୍ଟାଉନ୍ ଖେଳାଯିବ ।
