୩୩ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ
ବାଲେଶ୍ବର : ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ପଥରପୁରା ନିକଟରେ ବାଲେଶ୍ବର ଓ ଜଳେଶ୍ବର ଅବକାରୀ ବିଭାଗ ସମେତ ଅବକାରୀ ସାଟେଲାଇଟ ୟୁନିଟର ମିଳିତ ଚଢଉ । ୩୪୦ ଗ୍ରାମର ବ୍ରାଉନସୁଗାର ସମେତ ୩ ଜଣ ବେପାରୀ ଗିରଫ । ଏହା ସହ ଦୁଇଟି ବାଇକ ଜବତ କରିଛି ଅବକାରୀ ବିଭାଗ ।
ବାଇକ ରେ ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ୧୫ ଜଣିଆ ଟିମ ଚଢଉ କରି ବ୍ରାଉନସୁଗାର ଜବଦ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୩ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ୩ ଜଣ ବେପାରୀଙ୍କ ଘର ଜଳେଶ୍ବର ଅଞ୍ଚଳର ବୋଲି ଜଣା ପଡିଛି। ତିନି ଜଣ ବେପାରୀଙ୍କୁ ଗିରଫ କରି ଅବକାରୀ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବାର ଅବକାରୀ ସାଟେଲାଇଟ ୟୁନିଟ ଓଆଇସି ଏନ୍ ଜେଗିନି ରାଓ ପ୍ରକାଶ କରିଛନ୍ତି ।
