ବରଙ୍ଗପୁର ଡ଼ାକ୍ତରଖାନାକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସପି
ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଜିଲ୍ଲା କେନ୍ଦ୍ର ଡ଼ାକ୍ତରଖାନାକୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯୁଗ୍ମ ପରିଦର୍ଶନ କରିଛନ୍ତି ।ନବରଙ୍ଗପୁର ଜିଲ୍ଲାପାଳ ଓ ଏସପି ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡ଼ାକ୍ତରଖାନାର ଅଧିକାରୀ ମାନେ ପୁଷ୍ପ ଗୁଚ୍ଛ ଦେଈ ସ୍ୱାଗତ କରିଥିଲେ । ନବରଙ୍ଗପୁର ଜିଲ୍ଲପାଳ କମଳ ଲୋଚନ ମିଶ୍ର ଓ ଏସପି ଏସ. ସୁଶ୍ରୀ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗ୍ରସ୍ତ କରି ଡ଼ାକ୍ତରଖାନାର ପାରିପାର୍ଶ୍ୱିକ ସ୍ଥିତି ତଥା ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ଆଜି ଆସିଥିଲେ ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମିତି ରୋଗୀ ସେବା ଚାଳିଛି ଏବଂ କେଉଁ ଭଳି ଭାବରେ ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଉଛି ଏହାର ତଦାରଖ କରିବା ସହ ସରକାରଙ୍କ ଭିତ୍ତି ଭୂମି ସୁଦୃଢ କରିବା ପାଇଁ ନିଆ ଯାଇଥିବା କାର୍ଯ୍ୟ ଗୁଡ଼ିକ ଦେଖି ଥିଲେ । ଏହା ସହିତ ବିଭିନ୍ନ କାର୍ଯ୍ୟ ବିଳମ୍ବ ହେଉଥିବାରୁ ଅଧିକାରି ମାନଙ୍କୁ ଯଥାଶୀଘ୍ର କର୍ଯ୍ୟ ସମାପନ କରିବା ନିର୍ଦ୍ଦେଶ ଦେଇଥିଲେ । ଚିକିତ୍ସା ସମ୍ବନ୍ଧିତ ଯନ୍ତ୍ରପାତି ଗୁଡ଼ିକ ରୋଗୀଙ୍କ ହିତ କାମରେ ଆସୁଛି କି ନାହିଁ ତାହା ମଧ୍ୟ ପଚାରି ବୁଝିଥିଲେ । ଏହା ସହିତ ରୋଗୀମାନଙ୍କୁ କେଉଁ ଭଳି ଚିକିତ୍ସା ସୁବିଧା ମିଳି ପାରୁଛି ଓ ସେବା ଠିକ ମିଳୁଛି କି ନାହିଁ ତାହାକୁ ନେଇ ରୋଗୀ ଓ ରୋଗୀ ମାନଙ୍କ ସମ୍ପର୍କୀୟ ମାନଙ୍କୁ ପଚାରି ବୁଝିଥିଲେ । ଆଗାମୀ ଦିନରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବାକୁ ଠିକ କରାଯିବ ଓ ସମସ୍ତ ଉନ୍ନୟନ କାର୍ଯ୍ୟ ମଧ୍ୟ ଚାଲିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସେବା ସୁଦୃଢ଼ କରିବାର ସଂକଳ୍ପ ପୂରଣ କରାଯିବ ଏହା ଉପରେ କାର୍ଯ୍ୟ କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ କହିଛନ୍ତି । ଠିକ୍ ଗୋଟାଏ ଦିନ ପୁର୍ବରୁ ଜିଲ୍ଲା ଓକିଲ ସଂଘର ସଭାପତି ଶ୍ରୀ ନରସିଂହ ତ୍ରୀପାଠୀ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟମରେ ଜିଲ୍ଲାର ଅବ୍ୟବସ୍ଥିତ ସେବା କୁ ନେଇ ଉଦବେଗ ପ୍ରକାଶ କରି ଆନ୍ଦୋଳନ ର ଚେତାବନୀ ଦେଇଥିବା ବେଳେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡାକ୍ତର ଖନା ପରିଦର୍ଶନ କରିବା ସମସ୍ତଙ୍କୁ ଆଶ୍ଚର୍ୟ୍ଯ ଚକିତ କରୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।
