ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ୮୭ ତମ ଶିବ ଜୟନ୍ତୀ ପାଳିତ
ବାରିପଦା : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ରାଜଯୋଗ ଭବନ ,ପୁରୁଣା ହାଟସାହି ସେବା କେନ୍ଦ୍ରରେ ୮୭ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ସେବା କେନ୍ଦ୍ରର ସଞ୍ଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ଉମା ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ପ୍ରଫେସର ଏମ. ହିମାବିନ୍ଦୁ ଯୋଗଦେଇ ପରମାତ୍ମା ଶିବଙ୍କର ସାନିଧ୍ୟ ଲାଭ କରି ଜୀବନର ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାର କରୁଣା ପ୍ରଦାନ ଶିବ ବାବା କରିଥାନ୍ତି ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନୀୟ ଅତିଥି ରୂପେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର (ଏଚଓଡି) ନିର୍ଦ୍ଦେଶକ ବିଜନ ପଟ୍ଟନାଏକ ଯୋଗଦେଇ ବାବା ଶିବଙ୍କର ଅଶେଷ ଗୁଣଗାନ କରିଥିଲେ । ବ୍ରହ୍ମା କୁମାରୀ ଉମା ଭଉଣୀ ଅତିଥି ମାନଙ୍କର ସ୍ୱାଗତ ସମ୍ୱର୍ଦ୍ଧନା କରିବା ସଙ୍ଗେ ସଙ୍ଗେ ମହା ଶିବରାତ୍ରୀ ଅଧତ୍ମିକ ରହସ୍ୟ ତଥା ପରମାତ୍ମା ଶିବ ବାବାଙ୍କ ଦିବ୍ୟ ଅଲୌକିକ ଜନ୍ମ ସମ୍ୱନ୍ଧରେ ବୁଝାଇଥିଲେ । ବ୍ରହ୍ମା କୁମାରୀ ଗୀତା ସଂସ୍ଥା ପରିଚୟ ଦେବା ସଙ୍ଗେ ସଙ୍ଗେ ଅତିଥି ପରିଚୟ ପ୍ରଦାନ କରିଥିଲେ ।ବରିଷ୍ଠ ଭାଇ ଭଉଣୀ ଙ୍କ ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କେକ୍ କଟା ଯାଇଥିଲା ଏବଂ ୮୭ ଶିବ ବାବାଙ୍କ ଜୟନ୍ତୀ ପାଳନ ଅବସରରେ ଶପଥ ପାଠ କରାଯାଇଥିଲା । ବିକେ ଭାରତୀ ,ସୀମା ଏବଂ ଟୁନୀ ଭଉଣୀ ଅତିଥି ମାନଙ୍କୁ ଶିବ ବାବାଙ୍କ ଉପହାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଙ୍କୁ ବିକେ ଗୀତା ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିକେ ବିନୋଦିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତତ୍ ପର ଶାନ୍ତି ଯାତ୍ରା ବାହାରି ବାଲେଶ୍ୱର ଗୋଲେଇ ପାଖ ଶିବ ମନ୍ଦିରରେ ଆୟୋଜିତ କରାଯାଇଥିବା ବିଶ୍ୱ ନବ ନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀରେ ଯୋଗଦେଇ ସମସ୍ତ ଭକ୍ତ ମାନଙ୍କୁ ପରମାତ୍ମା ଶିବଙ୍କର ପବିତ୍ର ଜନ୍ମୋତ୍ସବ ବିଷୟରେ ଜଣାଇଥିଲେ ।
