ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ବରୁଣେଶ୍ୱର ପୀଠରେ ସଫେଇ
ଯାଜପୁର : ଯାଜପୁରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ବାବା ବରୁଣେଶ୍ୱରଙ୍କ ପୀଠରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଶିବରାତ୍ରି ଉପଲକ୍ଷେ ପ୍ରଭୁଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ମନ୍ଦିର ଚତୁପାଶ୍ୱର୍ରେ ପଡ଼ିରହିଥିବା ଅଳିଆ ଅବର୍ଜନାକୁ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ମିଳିତ ହୋଇ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରତ୍ୟେକ ବର୍ଷପରି ଏ ବର୍ଷ ସକାଳୁ ସକାଳୁ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କରି ଏହି ମହତ୍ କର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ମହତ୍ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ର, ଉପଦେଷ୍ଟା ତଥା ସାମ୍ବାଦିକ ହରିହରି ସ୍ୱାଇଁ, ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ନାଗରିକ ଦିବାକର ମିଶ୍ର, କୋର କମିଟି ଅଧ୍ୟକ୍ଷ ସେକ୍ ଅବ୍ଦୁଲ୍ ସାଜିଦ୍ (ଚାନ୍ଦ ବାବୁ), କୋର କମିଟିର ସଦସ୍ୟ ଗୌତମ ବିକାଶ ମହାନ୍ତି, ଭରତ ଚନ୍ଦ୍ର ବେହେରା, ସୁରଜ କୁମାର ପଣ୍ଡା, ଉପ-ସଭାପତି ଉପେନ୍ଦ୍ର କୁମାର ଜେନା, ବରିଷ୍ଠ ସଦସ୍ୟ ତାରାକାନ୍ତ ମଲ୍ଲିକ, ସୁଶାନ୍ତ କୁମାର ନାୟକ, ରଜନୀକାନ୍ତ ସାହୁ, ସୁକାନ୍ତ କୁମାର ରାଉତ, ଗୋପାଳ ଚନ୍ଦ୍ର ବେହେରା, ନୂତନଭାବେ ଅନୁଷ୍ଠାନରେ ଯୋଗଦେଇଥିବା ବିବେକାନନ୍ଦ ପବ୍ଲିକ ସ୍କୁଲର ସମ୍ପାଦକ ମହେଶ୍ କୁମାର ଦାସ, ଆକାଶ ମଲ୍ଲିକ, ତପସ୍ୱିନୀ ମଲ୍ଲିକ, ମାମାଲି ସାହୁ, ଲିଜାରାଣୀ ଦାସ, ଶ୍ୱପ୍ନାରାଣୀ ମଲ୍ଲିକ, ରିତୁପ୍ରଭା ମଲ୍ଲିକ, ସ୍ମୃତି ମଲ୍ଲିକ, ଦେବୀ ବେହେରା, ଗିରାଜାରାଣୀ ଦାସ, ଶୁଭଲକ୍ଷ୍ମୀ ବେହୁରିଆ, ପ୍ରିୟଙ୍କାପ୍ରୀୟଦର୍ଶନୀ ମଲ୍ଲିକ, ଆଶାଲତା ମଲ୍ଲିକ ପ୍ରମୁଖ ଯୋଗଦେଇ ଏହି ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଅଭିମନ୍ୟୁ ମିଶ୍ର ଏହି ସଫେଇ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ବିଭିନ୍ନ ମନ୍ଦିର ମସ୍ଜିଦ୍ ସଫେଇ କାର୍ଯ୍ୟକ୍ରମ ଜାରିରହିବ ବୋଲି ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଥିଲେ ।
