ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟ : ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ହରାଇଲା ଭାରତ
ବାଲେଶ୍ୱର : ବାଲେଶ୍ୱର ଟାଉନ ଥାନା ପୋଲିସ୍କୁ ବଡ଼ ସଫଳତା । ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ଲକ୍ଷ ୨୨ହଜାର ଟଙ୍କା ଜବତ ସହ ୫ ଅଭିଯୁକ୍ତ ଗିରଫ । ଏହାସହ ସେମାନଙ୍କ ନିକଟରୁ ୨ଟି ଖଣ୍ଡା, ୫ ମୋବାଇଲ ଓ ୪ ଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ଏନେଇ ଟାଉନ ଥାନା ପରିସରରେ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି ।
ସୂଚନା ଯେ, ଗତ ୧୫ ତାରିଖରେ ବାଲେଶ୍ୱର ସହର ବଟେଶ୍ୱର ଅଞ୍ଚଳରେ ଏକ ବଡ଼ ଧରଣର ଡ଼କାୟତି ହୋଇଥିଲା । ଜାନା ସେଲସ ଏଜେନ୍ସିର ମାଲିକ ବଲାଇ କୁମାର ଜାନା ଫକୀରମୋହନ ଗୋଲେଇ ସ୍ଥିତ ଦୋକାନ ବନ୍ଦ କରି ନିଜ ଗୋଦାମକୁ ଗତ ବୁଧବାର ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ଆସୁଥିବା ବେଳେ ବାଟରେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବରେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ତାଙ୍କ ଠାରୁ ପ୍ରାୟ ୮ ଲକ୍ଷ ଟଙ୍କା ଲୁଟ୍ କରି ନେଇଥିଲେ । ଏନେଇ ଟାଉନ୍ ଥାନା ମାମଲା (ନଂ. ୪୦ ।୨୩) ରୁଜୁ କରାଯାଇଥିଲା । ଜିଲା ଆରକ୍ଷୀ ଅଧୀକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ୨ଟି ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା । ଟାଉନ୍ ଥାନା ପୋଲିସ୍ ୫ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଜଣେ ଏଯାଏଁ ଫେରାର ରହିଛି । ଫେରାର୍ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ବେଳେ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ତେବେ ଘଟଣାରେ ସମ୍ପୃକ୍ତ ଡ଼କାୟତମାନେ ବହୁ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଥିବା ବେଳେ ପୋଲିସ୍ ତଦନ୍ତ ଜାରି ରଖିଛି । ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସ୍ପି ଗାୟତ୍ରୀ ପ୍ରଧାନ, ସଦର ଏସ୍ଡିପିଓ ଡ. ଶଶାଙ୍କ ଶେଖର ବେହୁରା, ଟାଉନ୍ ଥାନା ଆଇଆଇସି ପର୍ଶୁରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
