ବିପୁଳ ପରିମାଣର ଗଞ୍ଜେଇ ଜବତ ଅଭିଯୁକ୍ତ ଫେରାର
କନ୍ଧମାଳ : ବୁଧବାର ଫିରିଙ୍ଗିଆ ପୋଲିସଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ୱରେ ପୋଲିସ ଟିମ ଲପ ଟଙ୍ଗିଆ ଗ୍ରାମ ରେ ଚଢ଼ାଉ କରିଅଢେଇ କୁଇଂଟାଲ ରୁ ଅଧିକ ଗଞ୍ଜେଇ ଜବତ କରିଛି । ବହୁ ପରିମାଣ ର ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଚଢ଼ାଉ କରି ଜବତ କରିଥିଲେ । ତେବେ ଅଭିଯୁକ୍ତମାନେ ଘଂଚ ଜଙ୍ଗଲ ର ସୁଯୋଗ ନେଇ ଚମ୍ପଟ ମାରିଥିଲେ ।ଫିରିଙ୍ଗିଆ ପୋଲିସ ୨୫ /୨୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ତପନ ନାହାକ କହିଛନ୍ତି । ଥାନା ଅଧିକାରୀ ତପନ ନାହାକ ଥାନା ଅଧିକାରୀ ଭାବେ ଯୋଗ ଦେବାର ମାସ କେଇଟା ରେ ଗଞ୍ଜେଇ ମାଫିଆ ଙ୍କୁ ସା ବାଡ଼ କରିବାରେ ସଫଳ ହୋଇଛନ୍ତି ।
