ମୟୁରଭଂଜ କପ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଂଟ ବିଜେଏମସିସି ଟିମ ଚମ୍ପିୟାନ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଂଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ମୟୁରଭଂଜ କପ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ବିଜେଏମସିସି ଷ୍ଟେସନ ଏଥଲେଟିକ ଆସୋସିଏସନକୁ ୫ ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି ଓ ପ୍ରଥମେ ବ୍ୟାଟିଂ କରି ଷ୍ଟେସନ ଏଥଲେଟିକ ଆସୋସିଏସନ ୧୫ ଓଭରରେ ୮ ଉଇକେଟ ହରାଇ ୧୨୬ ରନ କରିଥିଲେ ଓ ଉତରରେ ବିଜେଏମସିସି ୧୩.୨ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ ଓ ଉତମ ମହାକୁଡ଼ ଓ ଦେବାଶିଷ ଗୁପ୍ତା ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ ଓ ମଳୟ ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ ଓ ଫାଇନାଲର ମ୍ୟାନ ଅଫ ଦି ମ୍ୟାଚ ଦିବ୍ୟାଲୋଚନ ଦାଶ, ଶ୍ରେଷ୍ଠ ବେଟ୍ସମ୍ୟାନ ତଥା ଉଇକେଟକିପର ଦିବ୍ୟଲୋଚନ ଦାଶ, ଶ୍ରେଷ୍ଠ ବୋଲର ସ୍ୱରାଜ କୁମାର ମହାନ୍ତି, ଶ୍ରେଷ୍ଠ ଫିଲଡର ସଂଜୟ ସାମଲ, ହ୍ୟାଟ୍ରିକ ଉଇକେଟ ଟେକର ହଂସରାଜ ସାହୁ, ଗୋଟିଏ ଇନିଂସରେ ୫ ଟି ଉଇକେଟ ଅକ୍ତିଆର କରିଥିବା ପ୍ରିୟାଂଶୁ ଖୁଂଟିଆଙ୍କୁ ଅତିଥିଙ୍କ ହାତରେ ପୁରସ୍କୃତ କରାଯିବା ସହ ଚମ୍ପିୟାନ ଦଳକୁ ୧୧ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୭ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା ଓ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ସମାଜସେବୀ କ୍ରୀଡାବିତ ଗିରିଶ ଚନ୍ଦ୍ର ଦାସ , ପୂର୍ବତନ କାଉନସିଲର ଦେବାଶିଷ ଦାସ ଓ ମୟୁରଭଂଜ ଏଥଲେଟିକ ଏସୋସିଏସନର କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଖେଳାଳି ପୱନ କୁମାର ଅଗ୍ରୱାଲ, ସାଙ୍ଗଠନିକ ସମ୍ପାଦକ ତପନ ବାରିକ, ଉପଦେଷ୍ଟା ସୋମନାଥ ସିଂହ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ନୁରୁଲ ଇସଲାମ ପୁରସ୍କାର ବିତରଣୀ ଉତ୍ସବ ପରିଚାଳନା କରିଥିବା ବେଳେ ସମ୍ପାଦକ ଲୋହିତ ଦାସ ଟୁର୍ଣ୍ଣାମେଣ୍ଟର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I
