ମାଗଣା ଚକ୍ଷୁ ପରୀକ୍ଷା ଶିବିର
ବଲାଙ୍ଗୀର : ଜିଲ୍ଲା ବିଶ୍ୱାବସୁ ଶବର ସଂଘ(ଆଦିବାସୀ) ବଲାଙ୍ଗୀର ଜିଲ୍ଲା ନେତ୍ର ଜ୍ୟୋତି ଅଭିଯାନ ବଲାଙ୍ଗୀର ଓ ଏସ୍ସିଡି ଚକ୍ଷୁ ଚିକିତ୍ସାଳୟ ପିପଲପଦର ଟିଟିଲାଗଡ଼ଙ୍କ ମିଳିତ ଆନୁକୂଲ୍ୟରେ ବଲାଙ୍ଗୀର ବ୍ଲକ ସ୍ଥିତ କୁଡ଼ାସିଂହା ଗ୍ରାମ ପଂଚାୟତ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୬୫ ଜଣ ରୋଗୀ ଉପସ୍ଥିତ ହୋଇ ଚକ୍ଷୁ ପରୀକ୍ଷା କରାଇଥିଲେ । ତନ୍ମଧ୍ୟରୁ ଚାକିରିଆ, ଦୂରଦୃଷ୍ଟି ସମ୍ପନ୍ନ ରୋଗୀ ଚିହ୍ନଟ କରାଯାଇ ମାଗଣାରେ ଚଷମା ବଂଟନ କରାଗଲା । ୧୩ ଜଣ ମହିଳା ପୁରୁଷ ମୋତିଆ ବିନ୍ଦୁ ଅପରେସନ ହେବାର ଚିହ୍ନଟ କରାଯାଇ ଅପରେସନ ପାଇଁ ବଲାଙ୍ଗୀର ଓ ଟିଟିଲାଗଡ ଏସ୍ସିଡି ଚକ୍ଷୁ ଚିକିତ୍ସାଳୟକୁ ପଠାଗଲା । ଅନ୍ୟାନ୍ୟ ପୁରୁଷ ମହିଳାକୁ ଡାକ୍ତର ପରାମର୍ଶ କ୍ରମେ ଔଷଧ ସେବନର ପରାମର୍ଶ ଦିଆଯାଇଥିଲା । ଜିଲ୍ଲା ନେତ୍ର ଜ୍ୟୋତି ଅଭିଯାନ, ବଲାଙ୍ଗୀର ଚକ୍ଷୁ ବିଶେଷଜ୍ଞ ଉଷାରାଣୀ ଦାସ ଓ ତାଙ୍କର ସହଯୋଗୀ ୨ ଜଣ ଡାକ୍ତର ଉପସ୍ଥିତ ରହି ତଦାରଖ କରିଥିଲେ । ଜିଲ୍ଲା ଶବର(ଆଦିବାସୀ) ସଂଘର ଜିଲ୍ଲା ସମ୍ପାଦକ ଯଥା ବିଶ୍ୱାଲ, ବଲାଙ୍ଗୀର ଉପଖଣ୍ଡ ସଭାପତି ରାହାସ ବିହାରୀ ଭୋଇ, କୁଡ଼ାସିଂହା କେନ୍ଦ୍ର ସଭାପତି ଅକୃର କାଲସାଏ, ଚିକଲବାହାଲ କେନ୍ଦ୍ର ସଭାପତି ଲଳିତ ମଲ୍ଲିକ, ସମାଜସେବୀ ଚନ୍ଦ୍ର ଭୋଇ, ପ୍ରେମରାଜ ବହିଦାର, ଦାଶରଥି ମଲ୍ଲିକ ଉପସ୍ଥିତ ଥିଲେ । କୁଡ଼ାସିଂହା ଗ୍ରାମ ପଂଚାୟତର ସରପଂଚ ଜ୍ୟୋସ୍ନାରାଣୀ ସାହୁ, ସମିତି ସଭ୍ୟା କାମିନୀ ପୁଟେଲ, ସମାଜସେବୀ ଅମୀର ସାହୁଙ୍କ ସହିତ ପଂଚାୟତର ଅନ୍ୟାନ୍ୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
