ପୁଲୱାମା ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳିରେ ରକ୍ତଦାନ ଶିବିର
କନ୍ଧମାଳ : ଫେବୃଆରୀ ୧୪ ତାରିଖ ଭାଲେଣ୍ଟାଇନ୍ ଡେ କୁ ନିଆରା ଢଙ୍ଗରେ ପାଳନ କରିଛି ଟିମ୍ ହ୍ୟୁମାନିଟି କନ୍ଧମାଳ । ଏହି ଦିବସକୁ ଦେଶ ପ୍ରେମ ଓ ସହୀଦ ଶ୍ରଦ୍ଧାଞ୍ଜଳି ଦିବସ ଭାବରେ ପାଳନ କରାଯାଇଛି ସଂଗଠନ ପକ୍ଷରୁ । ଆଜିର ଦିନ ଜମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ପୋରଣ ରେ ସହିଦ ୪୦ ଜଣ ସିଆରପିଏଫ୍ ଯବାନଙ୍କର ଅମର ଆତ୍ମା ର ସଦଗତି ଏବଂ ଦେଶ ପାଇଁ ଦେଇଥିବା ସର୍ବୋଚ୍ଚ ବଳିଦାନ କୁ ସମ୍ମାନ ଜଣେବା ସହିତ ସହୀଦ ମାନଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ । ଏହି ଅବସରରେ ସ୍ଥାନୀୟ ରକ୍ତଭଣ୍ଡାର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଆଜି ସକାଳ ୮ ସମୟରେ ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁ ଙ୍କ ନେତୃତ୍ୱରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରେ ଟିମର ସଦସ୍ୟ ଓ ସଦସ୍ୟା ମାନେ ଏକତ୍ରିତ ହୋଇ ଥିଲେ । ସେଠାରୁ ପୁଲୱାମା ସହିଦ ଯବାନ ଙ୍କ ତୈଳ ଚିତ୍ର ଥିବା ଏକ ବ୍ୟାନର ନେଇ ଟିମ ର ସଦସ୍ୟ ଓ ସଦସ୍ୟା ମାନେ ସହୀଦ ଯବାନ ଅମର ରହେ ଓ ଜୟ ଯବାନ ନାରା ଦେଇ ଏକ ଶୋଭା ଯାତ୍ରାରେ ସ୍ଥାନୀୟ ରକ୍ତ ଭଣ୍ଡାର ରେ ପହଂଚିଥିଲେ । ଆୟୋଜିତ ସ୍ୱେଛାକୃତ ରକ୍ତଦାନ ଶିବିରକୁ ଫୁଲବାଣୀ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର ଉଦଘାଟନ କରିବା ସହ ନିଜେ ରକ୍ତ ଦାନ କରିଥିଲେ । ଶିବିରରେ ରକ୍ତଭଣ୍ଡାର ଅଧିକାରୀ ଡ. ଜୟଦୀପ ଘୋଷଙ୍କ ତତ୍ୱାବଧାନରେ, ଏଲଟି ଦିନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ,ଲଷ୍ମୀଧର ମଣ୍ଡଳ,ସାକେତ ରାଣୀ ନାଏକ,ସଞ୍ଜୁକ୍ତା ଦଳଛତ୍ର, ବରୁଣ ବେହେରା ଏବଂ ପ୍ରଶାନ୍ତ କୁମାର ରତ୍ନାଲୁ ପ୍ରମୁଖ ସମ୍ପାଦନ କରିଥିଲେ । ରକ୍ତଦାନ ଶିବିର ରେ ଫୁଲବାଣୀ ର ବରିଷ୍ଠ ରକ୍ତଦାତା ମହେନ୍ଦ୍ର ସୁବୁଦ୍ଧି, ବିରଜାମହୋନ ରଥ, ଡିଏମାରସି ଆଶିଷ କୁମାର ମହାନ୍ତି, ମା ବ୍ରାହ୍ମଣୀଦେବୀ ଆଳତି ବାହିନୀ, ଆକ୍ସିସ ବ୍ୟାଙ୍କ୍ ଷ୍ଟାଫ୍ଫ, ବଣିକ ସଙ୍ଘ ସଭାପତି ଅଶୋକ ପଟ୍ଟନାୟକ, ଜିଲ୍ଲା ଆପାତ କାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ସହକାରୀ ଜିଲ୍ଲାପାଳ ପ୍ରିୟଦର୍ଶିନୀ ସ୍ୱାଇଁ, ପୈାର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧୀକାରୀ ବଳଦେବ ବେହେରା, ମୁଖ୍ୟ ଚିକିତ୍ସାଳୟ ପିପି ସେଣ୍ଟର କର୍ମଚାରୀ ଫୁଲବାଣୀର ବିଶିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ଏବଂ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷକରି କିଛି ମହିଳା ରକ୍ତଦାତା ଏବଂ ଟିମ ହ୍ୟୁମାନିଟି କନ୍ଧମାଳ ର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିଲେ । ଏହି ଅବସରରେ ଅନେକ ଯୁବକ ଯୁବତୀ ନିଜେ ରକ୍ତ ଦାନ କରିବା ସହ ଜନସାଧାରଣ ଙ୍କୁ ରକ୍ତଦାନ କରିବାପାଇଁ ଉତ୍ସାହିତ କରିଥିଲେ । ଏଥିରେ ଟିମ୍ ର ସମସ୍ତ ସଦସ୍ୟ ସଦସ୍ୟା ଏବଂ ରକ୍ତ ଭଣ୍ଡାର ର କାର୍ଯ୍ୟକର୍ତା ସମ୍ପୁର୍ଣ୍ଣ ସହଯୋଗ କରି ମୋଟ ୧୨୧ ୟୁନିଟ ରକ୍ତ ସଂଗ୍ରହ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରି ଶିବିର କୁ ସଫଳ କରାଇଥିଲେ ।
