ପ୍ରିୟପତ୍ରର ୩୬ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ
ପୁରୀ : ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ସଂସ୍କୃତି ଭବନ ସଭାକକ୍ଷରେ ପ୍ରିୟପତ୍ରର ୩୬ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି । ସଂପାଦକ ବିପିନବିହାରୀ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ମୁଖ୍ୟବକ୍ତା ଭାବରେ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ପ୍ରତିମା ମିଶ୍ର, ବିଜୟଲକ୍ଷ୍ମୀ ଦାଶ (ମିଶ୍ର), ଚକ୍ରଧର ମହାପାତ୍ର ଏବଂ ଡକ୍ଟର ଦେବୀପ୍ରସାଦ ମହାପାତ୍ର ଯୋଗଦେଇ ପ୍ରିୟପତ୍ରର ସାହିତ୍ୟ ସେବା କ୍ଷେତ୍ରରେ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ର୍ରିୟପତ୍ରର ସ୍ୱନକ୍ଷତ୍ର ସଂଖ୍ୟା, ପଣ୍ଡିତ ସଚ୍ଚିଦାନନ୍ଦ ମହାପାତ୍ରଙ୍କ ରଚିତ ‘ତ୍ରିନାଥମେଳା’ ଏବଂ ‘ସୁନ୍ଦରାକାଣ୍ଡ’, ସୁମିତା ବେହେରା (ବାପି)ଙ୍କ ରଚିତ କବିତା ସଂକଳନ ‘ତୁମେ ଛୁଇଁଦେଲା ପରେ’, ଶୈଳେନ୍ଦ୍ର ନାରାୟଣ ବେହେରାଙ୍କ ରଚିତ କବିତା ସଂକଳନ ‘ପୁନଶ୍ଚ’, ଗାୟତ୍ରୀ ବେହୁରାଙ୍କ ରଚିତ ଗଳ୍ପ ସଂକଳନ ‘ଶ୍ରୀଜା’, ଚନ୍ଦ୍ରଶେଖର ମହାରାଣାଙ୍କ ରଚିତ ସଂକଳନ ‘ମୁଁ’ ଏବଂ ଜ୍ୟୋତ୍ସ୍ନାମୟୀ ତ୍ରିପାଠୀଙ୍କ ରଚିତ କ୍ଷୁଦ୍ର ଆଲେଖ୍ୟ ‘ଭୁବନର ଇତିହାସ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ପ୍ରତିବର୍ଷ ଭଳି ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶରତକୁମାରୀ ମିଶ୍ର, ଶୁଭ୍ରା ନନ୍ଦ, ରେଣୁବାଳା ଦଳାଇ, ସ୍ୱର୍ଣ୍ଣଲତା ମହାପାତ୍ର, ଶୁଭଶ୍ରୀ ସିଂହ, ଜୟଲକ୍ଷ୍ମୀ ମିଶ୍ର, ମହାମାୟା ତେଜାନୀ, ଶ୍ରୀଯୁକ୍ତ ବସନ୍ତ ମାଝୀ, ସୁପ୍ରଭା ସାମଲ, ମିନତି ମିଶ୍ର, ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ, ସୁନନ୍ଦା ମହାନ୍ତି (ବେବୀ), ନଳିନୀପ୍ରଭା ଶତପଥୀ, ବିଷ୍ଣୁପ୍ରିୟା ଜେନା, ଶ୍ରୀଯୁକ୍ତ ସଂଜୟ କୁମାର ଚୌଧୁରୀ ଏବଂ ଏଥିସହିତ ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ରଙ୍କୁ (ଅଧ୍ୟାପକ ସରୋଜକାନ୍ତ ତ୍ରିପାଠୀ ସ୍ମୃତି ସମ୍ମାନ), ଶ୍ରୀଯୁକ୍ତ ପ୍ରଭାତ ତରାଇଙ୍କୁ (ଶତ୍ରୁଘ୍ନ ମହାନ୍ତି ସ୍ମୃତି ସମ୍ମାନ), ଓଁ ଅଭିଜ୍ଞାନ ସାହୁଙ୍କୁ (ରସରାଜ ଏମାର କେଆର ସ୍ମୃତି ସମ୍ମାନ), ଶ୍ରୀଯୁକ୍ତ ହରିଶଙ୍କର ମିଶ୍ରଙ୍କୁ (ବୀରବଳଭଦ୍ରପୁର ନିବାସୀ ରଘୁନାଥ ମହାପାତ୍ର ସ୍ମୃତି ସମ୍ମାନ) ଏବଂ ଶ୍ରୀମତୀ ଶାନ୍ତିପ୍ରଭା ନାୟକଙ୍କ (ଶକୁନ୍ତଳା ଦଳାଇ ସ୍ମୃତି ସମ୍ମାନ)ରେ ସମ୍ମାନିତ କରାଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପ, ଧୂପ ଓ ଦୀପ ପ୍ରଦାନ ପୂର୍ବକ ଅତିଥିମାନେ ଉତ୍ସବ ଉଦ୍ଘାଟନ କରିଥିଲେ । ପରେପରେ କ୍ରିଷ୍ଣା ମହାପାତ୍ର, ହରପ୍ରିୟା ସାହୁ ଏବଂ ପ୍ରବାସିନୀ ମିଶ୍ରଙ୍କ ସଂଯୋଜନାରେ ୫୦ରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଚିତ୍ରା ଦାଶ, ହେମାଙ୍ଗିନୀ ମହାନ୍ତି, ଶୁଚିସ୍ମିତା ମହାନ୍ତି, ଭାଗିରଥୀ ମହାନ୍ତି, ଲକ୍ଷ୍ମୀଧର ମହାରଣା, ନିରଞ୍ଜନ ଦାସ, ଭଗବାନ ସେନାପତି, ଶମ୍ଭୁନାଥ ଷଡ଼ଙ୍ଗୀ, ଜିତେନ୍ଦ୍ର କୁମାର ସାହୁ, ତପନ ଦାଶ, ବିନ୍ଦୁପ୍ରଭା ଦାଶ, ଡକ୍ଟର ହେମନ୍ତ ଛୋଟରାୟ, ହେମନ୍ତ ମହାରଣା, ସୁନନ୍ଦା ଦାଶ, ପ୍ରଶାନ୍ତ କୁମାର ପଲାଇ, ଆଲୋକ ପ୍ରଧାନ, ବିଜୟଲକ୍ଷ୍ମୀ ସାହୁ, ସଦାଶିବ ମିଶ୍ର, ଅନନ୍ତ ପ୍ରଧାନ, ସନ୍ନ୍ୟାସୀ ନାୟକ, ଡକ୍ଟର ଅର୍ଚ୍ଚନା ଆଚାର୍ଯ୍ୟ, ବନ୍ଦନା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଲକ୍ଷ୍ମୀପ୍ରିୟା ଦାଶ, ଅବିନାଶ ଦଳାଇ, ରଜତ ମହାନ୍ତି, ପ୍ରୀତିଶା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ା
