ଚିଠା ବଜେଟ୍ କୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ
ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଚିଠା ବଜେଟକୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ୨୦୨୨-୨୩ ବର୍ଷର ସଂଶୋଧିତ ବଜେଟ୍ ଓ ୨୦୨୩-୨୪ ବର୍ଷ ପାଇଁ ବାର୍ଷିକ ବଜେଟ୍ କୁ ଅନୁମୋଦନ ମିଳିଥିଲା । ଆସନ୍ତ ବିଧାନସଭା ଅଧିବେଶନରେ ଏହି ଦୁଇଟି ପ୍ରସ୍ତାବ ଉପସ୍ଥାପିତ ହେବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ମୋଟ ପ୍ରାୟ ୨.୧୯ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଚିଠା ବଜେଟ ଆକଳନ କରିଛନ୍ତି ।
