ବିଜୟଙ୍କ ମୁହଁରେ ବିଜେପିର ଭାଷା : ବିଜେଡି
ଭୁବନେଶ୍ୱର : କଂଗ୍ରେସ ଦଳରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସକ ବିଜୟ ପଟ୍ଟନାୟକଙ୍କ ଆଜି ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଯେଉଁ ବକ୍ତବ୍ୟ ରଖିଲେ ତାହା ଶୁଣି ଲାଗିଲା କଂଗ୍ରେସ ନୁହେଁ ବିଜେପିର ଜଣେ ମୁଖପାତ୍ର ଭାବେ କଥା ହେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ସମସ୍ତେ ଭଲଭାବେ ଜାଣନ୍ତି ସରକାରୀ ଚାକିରିରୁ ଅବସର ନେବା ପରେ ଶ୍ରୀ ପଟ୍ଟନାୟକ ରାଜନୀତିରେ ଯୋଗଦେଇ କ୍ଷମତାରେ ରହିବା ପାଇଁ କେତେ ବ୍ୟାକୁଳ ଥିଲେ । ଏଥିପାଇଁ ସେ ବିଜୁ ଜନତା ଦଳରେ ଯୋଗ ଦେଇ ରାଜ୍ୟସଭା ଯିବାକୁ ଚାହୁଁଥିଲେ । ମାତ୍ର ତାହା ସମ୍ଭବ ନହେବାରୁ ସେ ଶେଷରେ ବୁଲିବୁଲି କଂଗ୍ରେସ ଦଳରେ ଯୋଗ ଦେଲେ । ଏବେଠୁ ଜଣାପଡ଼ୁଛି, ଭବିଷ୍ୟତରେ ବି ସେ କଂଗ୍ରେସରେ ରହି ବିଜେପିର ମୁଖପାତ୍ର ଭଳି କାମ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
