ମାସକ ମଧ୍ୟରେ ୫୧ ଜଣ ମଦ୍ୟପ ଡ଼୍ରାଇଭର ଗିରଫ ୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ବ୍ଲକିଂ କରି ପୋଲିସ ଗତ ମାସକ ମଧ୍ୟରେ ୫୧ ଜଣ ମଦ୍ୟପ ଡ଼୍ରାଇଭରଙ୍କୁ ଗିରଫ କରିଛି । ସେମାନଙ୍କ ଗାଡ଼ି ଜବତ କରିବା ସହ ଏହି ମଦ୍ୟପ ଡ଼୍ରାଇଭର ମାନଙ୍କ ଠାରୁ ୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ନେଇ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।
