ଭଂଜସେନାର କାର୍ଯ୍ୟକାରୀ ଅଧକ୍ଷ ହେଲେ ସଂଜୀବ ରାଉତ
ବାରିପଦା : ୨୫ ବର୍ଷରୁ ଉର୍ଧ୍ୱ ସମୟ ଧରି ଅଖଣ୍ଡ ମୟୁରଭଂଜର ସୁରକ୍ଷା ପାଇଁ ସଂଗ୍ରାମ କରି ଆସୁଥିବା ଜିଲ୍ଲାର ଅଣରାଜନୈତିକ ସଂଗ୍ରାମୀ ସଂଗଠନ ଭଂଜସେନାର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ଏମପିସି କଲେଜର ପୁର୍ବତନ ଛାତ୍ର ସଂସଦ ସଭାପତି ତଥା ଜଣେ ଦକ୍ଷ ଯୁବ ସଂଗଠକ ସଂଜୀବ କୁମାର ରାଉତ (ବବି)ଙ୍କ ନାମ ଘୋଷଣା କରାଯାଇଥିବାର ଜଣାଯାଇଛି । ଭଂଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଅନୁମୋଦନ କ୍ରମେ ଅଧକ୍ଷ ଶୁଭେନ୍ଦୁ ମହାନ୍ତି ଆଜି ତାଙ୍କ ନାମ ସଂଗଠନର କାର୍ଯ୍ୟକାରୀ ଅଧକ୍ଷ ଭାବେ ଘୋଷଣା କରିଥିବାର ଜଣାଯାଇଛି । ମୟୂରଭଂଜ ଜିଲ୍ଲାରେ ଭରପୁର ପ୍ରାକୃତିକ ସମ୍ପଦ ଏବଂ ପର୍ଯ୍ୟାପ୍ତ ଭିତିଭୂମୀ ଥାଇମଧ୍ୟ ସରକାରୀ ଉଦାସୀନତା କାରଣରୁ ଏହାର ବିକାଶ ସମ୍ଭବ ହୋଇପାରୁ ନଥିବାରୁ ଆଗାମୀ ଦିନରେ ମୟୂରଭଂଜର ସାମଗ୍ରୀକ ବିକାଶ ଓ ସ୍ୱାର୍ଥ ସାଧନ ପାଇଁ ଚାଲିଥିବା ଲଢେଇରେ ନିଜକୁ ସାମିଲ କରି ଲଢେଇ ଜାରୀ ରଖିବେ ବୋଲି ନୂତନ ଉପାଧ୍ୟକ୍ଷ ସଂଜୀବ ରାଉତ କହିଛନ୍ତି ।
