ଓଡିଶାର ବାରିପଦାରେ ଭୋ ଏ ଜିନ୍ସର ପ୍ରଥମ ସୋରୁମ୍
ବାରିପଦା : ପ୍ରଥମ ଥର ପାଇଁ ଓଡିଶାର ବାରିପଦାରେ ଭୋଏ ଜିନ୍ସର ଲଞ୍ଚିଙ୍ଗ ସେରୀମନୀ ଅନୁଷ୍ଟିତ ହୋଇ ଯାଇଛି । କୃଷ୍ଣ ଚନ୍ଦ୍ର ଗୋଲେଇରୁ ଷ୍ଟେସନ ରୋଡ ଅଭିମୁଖେ ଯାଇଥିବା ରାସ୍ତାର ଜରାଳୀ ସେତୁ ରଦକ୍ଷିଣରେ ଭୋଏ ଜିନ୍ସର ନୂତନ ସୋରୁମକୁ ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଫିତା କାଟି ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନୀ ଉତ୍ସବରେ ସୋରୁମର ମାଲିକ ସଂଗ୍ରାମକେଶରୀ ଭଞ୍ଜଦେଓ, ନେସନାଲ ସେଲ୍ସ ମ୍ୟାନେଜର ବିଜୟ କ୍ରିଷ୍ଣ, ଓଡିଶା ଏବଂ ପଶ୍ଚିମବଙ୍ଗର ଏରିଆର ସେଲ୍ସ ମ୍ୟାନେଜର ପ୍ରିୟଦର୍ଶୀ ଏସ ଭୂୟାଁ, ରିଜିଓନାଲ ସେଲ୍ସ ମ୍ୟାନେଜର ଉଦୟ ଝାଙ୍କ ସମେତ ଏସ ସ୍କୋୟାର ମାର୍କେଟିଙ୍ଗ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଉମେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଇଣ୍ଟର ନ୍ୟାସନାଲ ବ୍ରାଣ୍ଡର ଏହି କମ୍ପାନୀର ସୋରୁମ୍ ଓଡିଶାରେ ଅନ୍ୟତ୍ର କୋଉଠି ନଥିବା ବେଳେ ବାରିପଦାରେ ପ୍ରଥମ ଥର ପାଇଁ ଖୋଲିଛି । ବର୍ତ୍ତମାନ ଗୋଟିଏ ଡ୍ରେସରେ ଗୋଟିଏ ମାଗଣା ରହିଥିବା ନେଇ ଭୋଏ ଜିନ୍ସର ଫ୍ରାଞ୍ଚାଇଜ୍ ମାଲିକ ସଂଗ୍ରାମ କେଶରୀ ଭଞ୍ଜଦେଓ କହିଛନ୍ତି । କମ୍ପାନୀର ବ୍ରାଣ୍ଡକୁ ପ୍ରମୋଶନ ସହିତ ନୂଆ ସୋରୁମ୍ ବାବଦରେ ଲୋକଙ୍କୁ ଜଣାଇବାକୁ ବାରିପଦାରେ ରୋଡ ସୋ ସମେତ ମଡେଲ ମାନଙ୍କ ଦ୍ୱାରା ଆକର୍ଷଣୀୟ ଭିଡିଓ ସୁଟିଂ କରାଯାଇଛି ।
