ପୁରୀରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୁରୀ : ବିଶ୍ୱସ୍ତରୀୟ ପୁରୀ ସହରରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ସହରରେ ପ୍ରାୟ ୧୫ ହଜାର ଡ଼ିଜେଲ ଅଟୋ ପ୍ରାୟ ୪ ହଜାର ପେଟ୍ରୋଲ ଅଟୋ,ପୁରୁଣା ବସ,ଟାଉନ ବସ ଓ ଅନ୍ୟାନ୍ୟ ୪ ଚକିଆ ଗାଡ଼ି ପୁରୀ ସହରରେ ଚଳପ୍ରଚ କରୁଥିବାରୁ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୨୦୦ ବସ ,କାର ସମେତ ଅନ୍ୟାନ୍ୟ ଯାନ ଯାଆସ କରୁଛି । ବିଶେଷକରି ଡ଼ିଜେଲ ଅଟୋର ଧୂଆଁ ଯୋଗୁ ସ୍ଥାନୀୟ ବାସିନ୍ଦାମାନେ ବିଭିନ୍ନ ଶ୍ୱାସ ଜନିତ ରୋଗରେ ପୀଡ଼ିତ ହେଉଛନ୍ତି । ଜାତୀୟ ରାଜପଥ ବଡ଼ଦାଣ୍ଡର ରାସ୍ତା ଉପରେ ବସ ରିପାଂରିଙ୍ଗ, େଓଲଡ଼ିଂ ଓ ମରାମତି ଯୋଗୁଁ ପ୍ରଦୂଷଣ ବଢୁଛି ବୋଲି ଅଭିଯୋଗ ହେଉଛି । ପୁରୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଇ -ଅଟୋ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଭିନ୍ନ ଅଟୋ ଷ୍ଟାଣ୍ଡରେ ସେମାନଙ୍କୁ ଛିଡ଼ା କରାଇ ଦେଉନଥିବା ଅଭିଯୋଗ ହେଉଛି । ସମୁଦ୍ରକୂଳେ ଅନେକ ଡ଼ିଜେଲ ଚାଳିତ ଡ଼ଙ୍ଗା ଷ୍ଟାର୍ଟ ସମୟରେ ଅନେକ ଧୂଆଁ ଛାଡ଼ୁଥିବାରୁ ପର୍ଯ୍ୟଟକମାନେ ଅତିଷ୍ଠ ହେଉଛନ୍ତି । ବଡ଼ଦାଣ୍ଡର ଦୁଇ ପାଶ୍ୱର୍ରେ ବାଲି ଓ ଧୂଳି ଜମୁଥିବାରୁ ଗାଡ଼ି ମଟର ଯିବା ସମୟରେ ସେହି ଧୂଳି ପ୍ରଦୂଷଣ ବଢାଉଛି । ଅନେକ ଦୁଇ ଚକିଆ ଗାଡ଼ିର ସାଇଲେନସର ଫାଟି ଯାଇଥିଲେ ମଧ୍ୟ କେତେକ ଯୁବକ ଉଚ୍ଚ ଶଦ୍ଦ କରି ଓ ଧୂଆଁ ଛାଡ଼ି ଯିବାରେ ଶଦ୍ଦ ଓ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ,ଆଞ୍ଛଳିକ ପରିବହନ ଅଧିକାର,ଯୋଗାଣ ବିଭାଗ ଅଧିକାରୀ,ପ୍ରଦ୍ୟୁଷଣ ପ୍ରତିରକ୍ଷା ଅଧିକାରୀ ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।
