ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ହତ୍ୟାକାଣ୍ଡ ମାମଲା : ଆଜି କୋର୍ଟରେ ହାଜର ହେବ ଅଭିଯକ୍ତ ଗୋପାଳ
ଝାରସୁଗୁଡା : ଆଜି କୋର୍ଟରେ ହାଜର ହେବ ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯକ୍ତ ଗୋପାଳ ଦାସ । ଗୁଜରାଟର ଗାନ୍ଧୀନଗରରେ ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ୍ ଟେଷ୍ଟ କରାଗଲା ପରେ ତାକୁ ଝାରସୁଗୁଡ଼ା ଅଣାଯାଇଛି । ରବିବାର ରାତିରେ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳ ଦାସକୁ ରାୟପୁରରୁ କାରରେ ଝାରସୁଗୁଡ଼ା ଅଣାଗଲା । ବିଳମ୍ବିତ ରାତି ପ୍ରାୟ ଦେଢଟା ସମୟରେ ଗୋପାଳକୁ ଅଣାଯାଇ ବିମାନବନ୍ଦର ଥାନାରେ ରଖାଯାଇଛି । ଏହି ଦୁଇ ଟେଷ୍ଟରୁ କ’ଣ ମିଳିଛି ତଦନ୍ତକାରୀ ସଂସ୍ଥାକୁ ରିପୋର୍ଟକୁ ଅପେକ୍ଷା ରହିଛି । ରିପୋର୍ଟ ପାଇବା ପରେ ଗୋପାଳ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ତାର ଖୁଲାସା କରିବ କ୍ରାଇମବ୍ରାଞ୍ଚ । ନାର୍କୋ ଟେଷ୍ଟ ବେଳେ ସୋଡିୟମ ପେଣ୍ଟାଥୋଲର ପ୍ରୟୋଗ କରାଯାଇଛି ।
ଯେଉଁ ପଦ୍ଧତିରେ ନାର୍କୋ ଟେଷ୍ଟ ହୁଏ ସେଥିରେ ଅଭିଯୁକ୍ତ ମିଛ କହିବାର ସୁଯୋଗ ପ୍ରାୟତଃ ନଥାଏ । ପ୍ରଶ୍ନର ଉତ୍ତର ଦେବା ସମୟରେ ସେ ଯଦି ବିଚଳିତ କିମ୍ବା ତାର ମୁହଁରୁ ଝାଳ ବାହାରିବା ସହ ହୃଦସ୍ପନ୍ଦନ ତୀବ୍ର ହୁଏ ଏବଂ ଏହାପରେ ଉତ୍ତର ରଖେ ତେବେ ସତ ମିଛ ଧରା ମେସିନ ଦ୍ବାରା ବି ଧରାପଡିଯାଇଥାଏ ଗୋପାଳ ନାର୍କୋ ଟେଷ୍ଟରେ ସବୁ ସତ ବଖାଣିଥିବ ବୋଲି ଆଶା କରାଯାଉଛି ।
