ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମା ବିସ୍ଫୋରଣ
ଲଣ୍ଡନ: ଇଂଲଣ୍ଡର ଗ୍ରେଟ୍ ୟାରମାଉଥ୍ ଅଞ୍ଚଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମା ବିସ୍ଫୋରଣ ସୂଚନା । କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିନି ।
ସୂଚନା ଯେ, ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଏକ ୨୫୦ କେଜି ଓଜନର ବୋମାକୁ ଗତ ଗୁରୁବାର ଦିନ ଠାବ କରାଯାଇଥିଲା। ଦୁଇଟି ଗ୍ୟାସ୍ ପାଇପ୍ ମଧ୍ୟରେ ଏହି ବୋମାଟି ରହିଥିବା ଦେଖିବାକୁ ମିଳିଥିଲା। ଏହାକୁ ନିଷ୍କ୍ରିୟ କରିବାକୁ ସେନା ତରଫରୁ ସେବେଠାରୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ସେହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। ବୋମାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ ଜାରି ରହିଥିବା ବେଳେ ଏଥିରେ ହଠାତ୍ ବିସ୍ଫୋରଣ ଘଟିଥିଲା। ତେବେ ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ବିସ୍ଫୋରଣର ଶବ୍ଦ ୨୪ କିମି ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଏପରିକି ବିସ୍ଫୋରଣ ପ୍ରଭାବରେ କେତେକ ଅଞ୍ଚଳରେ ଘରଦ୍ବାର ଦୋହଲି ପଡ଼ିଥିବା ଜଣାପଡ଼ିଛି।
