ବଲାଙ୍ଗିର ଦୁର୍ଗା ମନ୍ଦିର ଆଗରେ ତିନୋଟି ଗାଡି ଧକ୍କା ଲାଗିଲା
ବଲାଙ୍ଗିର : ଆଜି ତିନୋଟି ଗାଡ଼ି ଆଗପଛ ହୋଇ ଯାଉଥିବା ବେଳେ ବଲାଙ୍ଗିର ସହରର ମା’ ଦୁର୍ଗାଙ୍କ ମନ୍ଦିର ସାମ୍ନାରେ ଏକ କାର, ଏକ ପିକଅପ୍ ଗାଡ଼ି ଓ ଏକ ଏଟିଏମ୍ କେସ ଭ୍ୟାନ ଗାଡ଼ି ପଛକୁ ପଛ ଆସୁଥିବା ବେଳେ ୩ ଗାଡ଼ି ଧକ୍କା ହୋଇଥିବା ଜଣାପଡିଛି । ଫଳରେ ଗାଡ଼ି ଗୁଡ଼ିକର କାଚ ଗୁଡ଼ିକ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ତେବେ ଏହି ଦୁର୍ଘଟଣା ଯୋଗୁଁ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି I
