ପେନ୍ଥର କ୍ରିକେଟ କ୍ଲବ ଦ୍ଵାରା ବେଲପାହାଡ଼ରେ ସର୍ବଭାରତୀୟ କିଶୋର ମହାନ୍ତି ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ
ଝାରସୁଗୁଡ଼ା : ବେଲପାହାଡ଼ ପେନ୍ଥର କ୍ରିକେଟ କ୍ଲବ ପକ୍ଷରୁ ସ୍ଥାନୀୟ ଟିଆରଏଲ ଷ୍ଟାଡ଼ିୟମରେ ସର୍ବଭାରତୀୟ କିଶୋର ମହାନ୍ତି ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ରବିବାର ଉଦଘାଟିତ ହୋଇଯାଇଛି। ପ୍ରାରମ୍ଭରୁ ଦିବଙ୍ଗତ ନେତା କିଶୋର ମହାନ୍ତିଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହା ଚଳିତ ଫେବୃୟାରୀ ୧୨ ତାରିଖ ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୯ ତାରିଖ ସମାପ୍ତ ହେବ। ଏଥିରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିବାକୁ ସ୍ଥିର କରାଯାଇଛି। ପ୍ରଥମ ଦିନରେ ଝାରସୁଗୁଡ଼ା ପ୍ରୋଗ୍ରେଶିଭ ଦଳ ଓ ଝାରସୁଗୁଡ଼ା ସାଇନିଂ ଷ୍ଟାର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ପ୍ରୋଗ୍ରେଶିଭ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଗ୍ରହଣ କରି ନିର୍ଦ୍ଧାରିତ ମୋଟ ୨୦ ଓଭରରେ ସମସ୍ତ ୱିକେଟ୍ ବିନିମୟରେ ମୋଟ ୧୫୧ ରନ୍ହାସଲ କରିଥିଲେ। ଏହାର ଜବାବରେ ସାଇନିଂ ଷ୍ଟାର ଦଳ ୧୪.୩ ଓଭରରେ ସମସ୍ତ ୱିକେଟ୍ ବିନିମୟରେ ମାତ୍ର ୯୧ ରନ ହାସଲ କରି ଶେଷରେ ୬୦ ରନ ରେ ପରାଜୟ ସ୍ୱୀକାର କରିଥିଲା। ପ୍ରୋଗ୍ରେସିଭ ଦଳ ର ଏମ ଡି କୁରେଶି ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ। ଖେଳରେ ଅମ୍ପାୟାର ଭାବରେ ଅନିରୁଦ୍ଧ କେବର୍ଟ ଓ ବିଭୂତି ପାତ୍ର ଖେଳ ପରିଚାଳନା କରିଥିଲେ। ଆଜିର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ସମ୍ମାନିତ ଅତିଥି ଭାବେ ପୁରୁଷୋତ୍ତମ ମହାନ୍ତି, ଜିଲା କ୍ରିକେଟ ସଂଘର ସଭାପତି ପ୍ରଜ୍ବଳ୍ ପଟେଲ, ପୂର୍ବତନ ପୌର ନଗରପାଳ କୈଳାସ ନାଏକ, ଟିଆରଏଲ୍ କ୍ରୋସାକି କମ୍ପାନୀର ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନ, କ୍ରୀଡ଼ା ସଂଘଟକ ହମିଦ ମହାପାତ୍ର, ସାମ୍ବାଦିକ ସୁବାସ ପ୍ରଧାନ, ରଶ୍ମିରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ। ଆୟୋଜକ ବେଲପାହାଡ଼ ପେନ୍ଥର କ୍ରିକେଟ କ୍ଲବର ବରିଷ୍ଠ ସଦସ୍ୟ ହମିଦ କୁମାର ମହାପାତ୍ର ସ୍ବାଗତ ଭାଷଣ ତଥା ଅତିଥି ପରିଚୟ କରିଥିଲେ।ଯୁବରାଜ ସିଂହ ମଞ୍ଚ ପରିଚାଳନା ତଥା ଧନ୍ୟବାଦ୍ ଅର୍ପଣ କରିଥିଲେ। କ୍ଲବ ର ସଭାପତି ସୁନିଲ ଅଗ୍ରୱାଲ, ସମ୍ପାଦକ ସୁଶାନ୍ତ ଲେଙ୍କା ମଧ୍ୟ ମଞ୍ଚରେକୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ଉପସ୍ଥିତ ଥିଲେ । ଆଗାମୀ ଫାଇନାଲ୍ ଖେଳରେ ଚମ୍ପିଆନ୍ ଦଳକୁ ୫୧ ହଜାର ନଗଦ ଓ ଉପବିଜେତା ଦଳକୁ ୩୧ ହଜାର ନଗଦ ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯିବ।
