ମୟୁରଭଂଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ ମୋଟ ୭୦୮୫ ଗୋଟି ମାମଲା ମଧ୍ୟରୁ ୧୦୯୮ ଟି ମାମଲାର ସମାଧାନ
ବାରିପଦା : ଆଜି ମୟୁରଭଂଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରା ଜଜଙ୍କ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଅଦାଲତ ରେ ମୋଟ ୭୦୮୫ ଗୋଟି ମାମଲା ମଧ୍ୟରୁ ୧୦୯୮ ଟି ମାମଲାର ଆପୋଷ ବିଚାର ହୋଇ ୨ କୋଟି ୬୫ ଲକ୍ଷ ୧୪ ହଜାର ୧୨୮ ଟଙ୍କା ଆଦାୟ ହୋଇଥିବା ଜଣା ପଡିଛି । ଭାର ପ୍ରାପ୍ତ ଜିଲ୍ଲା ଦୌରା ଜଜ ତଥା ଭାରପ୍ରାପ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ସୁମିତା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରି ଲିଟିଗେଶନ ସମ୍ୱନ୍ଧୀୟ ୫୮୯୭ ଟି ମାମଲା ମଧ୍ୟରୁ ୫୬୬ ଟି ବ୍ୟାଙ୍କ ଋଣ ଆଦାୟ ମାମଲା ଓ ୪ ଟି ଅନ୍ୟାନ୍ୟ ବିବାଦୀୟ ଦେୱାନୀ ଏବଂ ଜମିଜମା ମାମଲା ଫଇସଲା କରାଯାଇ ମୋଟ ୧ କୋଟି ୫୯ ଲକ୍ଷ ୧୭ ହଜାର ୦୯୧ ଟଙ୍କା ଏବଂ ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ ୧୧୮୮ ଗୋଟି ମାମଲାମଧ୍ୟରୁ କ୍ରିମିନାଲ କମ୍ପାଉଣ୍ଡେବଲ କେଶ ୫ ଟି, ଏନ ଆଇ ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୭ ଟି ମାମଲା, ବ୍ୟାଙ୍କ ଋଣ ଆଦାୟ ୨୦ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୯ ଟି, ବୈବାହିକ ସମ୍ୱନ୍ଧୀୟ ୮ ଟି, ରାଜସ୍ୱ ମାମଲା ୩୦୧ ଟି, ସିଭିଲ ମାମଲା ୩୮ ଟି ଓ ଅନ୍ୟାନ୍ୟ ଅପରାଧିକ ଫୌଜଦାରୀ ମାମଲା ୧୩୪ ଟି ସମେତ ମୋଟ ୫୩୨ ଟ୧୩ବର୍ଷ ପୂର୍ତ୍ତି ପାଳନ କଲା ରେଡ଼ିଓ ନମସ୍କାର I
