ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ ମୋଟ ୭୦୮୫ ଗୋଟି ମାମଲା ମଧ୍ୟରୁ ୧୦୯୮ ଟି ମାମଲାର ସମାଧାନ
ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରା ଜଜଙ୍କ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଅଦାଲତ ରେ ମୋଟ ୭୦୮୫ ଗୋଟି ମାମଲା ମଧ୍ୟରୁ ୧୦୯୮ ଟି ମାମଲାର ଆପୋଷ ବିଚାର ହୋଇ ୨ କୋଟି ୬୫ ଲକ୍ଷ ୧୪ ହଜାର ୧୨୮ ଟଙ୍କା ଆଦାୟ ହୋଇଥିବା ଜଣା ପଡିଛି । ଭାର ପ୍ରାପ୍ତ ଜିଲ୍ଲା ଦୌରା ଜଜ ତଥା ଭାରପ୍ରାପ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ସୁମିତା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରି ଲିଟିଗେଶନ ସମ୍ୱନ୍ଧୀୟ ୫୮୯୭ ଟି ମାମଲା ମଧ୍ୟରୁ ୫୬୬ ଟି ବ୍ୟାଙ୍କ ଋଣ ଆଦାୟ ମାମଲା ଓ ୪ ଟି ଅନ୍ୟାନ୍ୟ ବିବାଦୀୟ ଦେୱାନୀ ଏବଂ ଜମିଜମା ମାମଲା ଫଇସଲା କରାଯାଇ ମୋଟ ୧ କୋଟି ୫୯ ଲକ୍ଷ ୧୭ ହଜାର ୦୯୧ ଟଙ୍କା ଏବଂ ବକେୟା ଥିବା ବିଭିନ୍ନ ଶ୍ରେଣୀ ଭୁକ୍ତ ୧୧୮୮ ଗୋଟି ମାମଲାମଧ୍ୟରୁ କ୍ରିମିନାଲ କମ୍ପାଉଣ୍ଡେବଲ କେଶ ୫ ଟି, ଏନ ଆଇ ଆକ୍ଟ ଧାରା ୧୩୮ ଅନ୍ତର୍ଗତ ୧୭ ଟି ମାମଲା, ବ୍ୟାଙ୍କ ଋଣ ଆଦାୟ ୨୦ ଟି, ମୋଟର ଯାନ ଦୁର୍ଘଟଣା ମାମଲା ୯ ଟି, ବୈବାହିକ ସମ୍ୱନ୍ଧୀୟ ୮ ଟି, ରାଜସ୍ୱ ମାମଲା ୩୦୧ ଟି, ସିଭିଲ ମାମଲା ୩୮ ଟି ଓ ଅନ୍ୟାନ୍ୟ ଅପରାଧିକ ଫୌଜଦାରୀ ମାମଲା ୧୩୪ ଟି ସମେତ ମୋଟ ୫୩୨ ଟି ଫଇସଲା କରାଯାଇ ୧ କୋଟି ୦୬ ଲକ୍ଷ ୧୭ ହଜାର ୬୩୭ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣାପଡିଛି । ପ୍ରାଧିକରଣ ସଚିବ ଶ୍ରୀମତୀ ଶିବାନୀ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଲୋକ ଅଦାଲତ ରେ ଫାମିଲି କୋୖର୍ଟ ଜଜ ଶ୍ରୀ ବିରଂଚି ନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ ଦୀପକ ରଂଜନ ସାହୁ, ସିନିୟର ସିଭିଲ ଜଜ ମିସ ଦୀପା ଦାସ, ଅତିରିକ୍ତ ସିନିୟର ସିଭିଲ ଜଜ ଶ୍ରୀମତୀ ଅପୂର୍ବା ଚୌଧୁରୀ, ସିନିୟର ସିଭିଲ ଜଜ ଶ୍ରୀମତୀ ପଲ୍ଲବୀ ରାଣୀ ସାହୁ, ଦ୍ୱିତୀୟ ସିଭିଲ ଜଜ ଶ୍ରୀମତୀ ଦେବଶ୍ରୀ ସାହୁ, ଏସଡିଜେଏମ ଶ୍ରୀମତୀ ବିଶ୍ୱକଳ୍ପିତା ମହାନ୍ତି, ଜେଏମଏଫସି ଜଜ ମିସେସ ଜରିନ ଖାନ, ଜେଏମ ଏସସି କୋୖର୍ଟ ଜଜ ଶ୍ରୀମତୀ ମନ୍ଦିରା ମହାନ୍ତ ଙ୍କ ସମେତ ସିଭିଲ କୋୖର୍ଟ ରେଜିଷ୍ଟାର ଶ୍ରୀ ଆଶିଷ କୁମାର ପରିଛା ଓ ଅନ୍ୟାନ୍ୟ ବିଚାର ବିଭାଗୀୟ ଓ ମାଜିଷ୍ଟ୍ରେଟ, ଆଇନଜୀବୀ, ବିଭିନ୍ନ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ରେଜିଷ୍ଟ୍ରାର ଶ୍ରୀ ଆଶିଷ କୁମାର ପରିଛାଙ୍କ ପରିଚାଳନା ରେ ଉକ୍ତ ରାଷ୍ଟ୍ରୀୟ ଲୋକଅଦାଲତ କାର୍ଯ୍ୟକ୍ରମ ଶୃଙ୍ଖଳାର ସହିତ ସୁଚାରୁ ରୂପେ ଅନୁଷ୍ଠିତ ହୋଇ ଥିଲା ।
