ଶୀତ ରାତିର ସାହିତ୍ୟ ଆସର ଅନୁଷ୍ଠିତ
କୋଣାର୍କ : କୋଣାର୍କ ନିକଟସ୍ଥ ବାଲିଦୋକାନ ବାମରା ଗ୍ରାମର ଶାନ୍ତିବଟ ସଂସ୍କୃତି ମଣ୍ଡପରେ ଶନିବାର ସଂଧ୍ୟାରେ ଆୟୋଜିତ ହୋଇଯାଇଛି ସତ୍ୟନାରାୟଣ ସାହିତ୍ୟ ସଂସଦର ଅଷ୍ଟମ ବାର୍ଷିକ ଶୀତ ରାତିର କବିତା ଆସର । ସଂସଦର ସମ୍ପାଦକ ମଙ୍ଗରାଜ ବିଶ୍ୱାଳଙ୍କ ପରିଚାଳନାରେ ଅନୁଷ୍ଠିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବରେ କୁମାର କବି ପ୍ରଶାନ୍ତ ବାହିନୀପତି, ମୁଖ୍ୟ ବକ୍ତା ଭାବରେ ହାସ୍ୟ କୁମୁଦ ସମ୍ପଦ କୁମାର ରଥ, ସନମାନିତ ଅତିଥି ଭାବରେ ନିୟୁଜ ୭ର ବରିଷ୍ଠ ସାମ୍ବାଦିକ ଲଳିତେନ୍ଦୁ ପଲାଉରି, ସମୀର ରଞ୍ଜନ ଭୂଇଁଆ, ଶିକ୍ଷାବିତ୍ ମନମୋହନ ସ୍ୱାଇଁ, କବୟିତ୍ରୀ ସସ୍ମିତା ଦାଶ, ଲଷ୍ମୀଧର ମହାରଣା, ସଭାପତି ହରେକୃଷ୍ଣ ସ୍ୱାଇଁ, ସତ୍ୟ ପ୍ରକାଶ କର, ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ସାହିତ୍ୟ ଏ ଜାତିର ଅସ୍ମିତା ବୋଲି ବର୍ଣନା କରିଥିଲେ । ଗଙ୍ଗାଧର ଓଝା, କଳ୍ପନା ବିଶ୍ୱାଳ, ଓ ପ୍ରଦୀପ କୁମାର ରାୟଙ୍କ ମିଳିତ ସଂଯୋଜନା ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ୫୦ରୁ ଅଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ । କବିତା ଗୁଡିକ ସମୀକ୍ଷା କରିଥିଲେ କବି ପ୍ରବୀଣ ସୁବୁଦ୍ଧି । ଆରଆର ମ୍ୟୁଜିକ ଚ୍ୟାନେ ର ନିର୍ଦେଶକ କୈଳାଶ ପୂର୍ତ୍ତି ଙ୍କ ସମେତ ୨୦ଜଣ କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
