ଡ୍ୟୁଟିରତ ଯବାନଙ୍କୁ ଦଳି ମାରିଲା ହାତୀ
ଗୁୱାହାଟି : ଆସାମ ଗୁୱାହାଟିର ନାରେଙ୍ଗୀ କ୍ୟାଣ୍ଟନମେଣ୍ଟ ଏରିଆରେ ଅଘଟଣ। କ୍ୟାଣ୍ଟନମେଣ୍ଟ ଭିତରେ ଯବାନ ଡ୍ୟୁଟି କରୁଥିବା ସମୟରେ ଶନିବାର ସନ୍ଧ୍ୟାରେ ସେନା ଯବାନଙ୍କୁ ଦଳି ମାରିଲା ଦନ୍ତାହାତୀ। ଏନେଇ ରବିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି ।
ଘଟଣା ସମ୍ପର୍କରେ ଆସାମ ପୁଲିସ ସୂଚନା ଦେଇ କହିଛି ” କାମ୍ଲିଆନ କ୍ୟାପ୍ ନାମକ ସେନା ଯବାନ ୨୨୨ ଆଡ୍ଭାନ୍ସ ଅର୍ଡିନାସ ଡିପୋର୍ଟରେ କାର୍ଯ୍ୟରତ ଥିଲେ। ହାତୀ ଆକ୍ରମଣ ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତ ଯୋଗୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।”
ତେବେ ଉକ୍ତ ଅଞ୍ଚଳରେ ଜଙ୍ଗଲି ଯନ୍ତୁଙ୍କୁ ପ୍ରାଦୁର୍ଭାବ ନେଇ ସେନା କର୍ମଚାରୀଙ୍କୁ ପୂର୍ବରୁ ଡିପାର୍ଟମେଣ୍ଟ ପକ୍ଷରୁ ଏକ ଉପଦେଶନାମା ଜାରି କରାଯାଇଥିଲା। ନାରେଙ୍ଗୀ କ୍ୟାଣ୍ଟନମେଣ୍ଟ ଭିତରେ ଚାଲିଲାବେଳେ ସତର୍କ ରହିବାକୁ କୁହାଯାଇଥିଲା। ଗୁୱାହାଟିର ପୂର୍ବଭାଗରେ ଥିବା ନାରେଙ୍ଗି କ୍ୟାଣ୍ଟେନମେଣ୍ଟ ଅମଚାଙ୍ଗ ଅଭୟାରଣ୍ୟ ନିକଟରେ ରହିଛି। ଏହା ପୂର୍ବରୁ ସେନା ଏରିଆର ଜଙ୍ଗଲ ପରିସିମା ଭିତରେ ରହିଥିଲା। ଏହା ହାତୀପ୍ରବଣ ଏରିଆ ଥିଲା। ଅନେକ ସମୟରେ ହାତୀମାନେ ଏହି ଆରିଆକୁ ଆସି ମୁକ୍ତଭାବେ ବୁଲାବୁଲି କରନ୍ତି। ହେଲେ ଏଭଳି ଘଟଣା କେବେ ପୂର୍ବରୁ ଘଟି ନଥିଲା ବୋଲି ଗୁୱାହାଟି ପୁଲିସ କହିଛି।
