ଓଡ଼ିଶାରେ ଲ’ ଲେସ୍ ନେସ୍ ଡେଭଲପ କରିଛି : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିର ଅଧୋଗତି ହୋଇଛି । ଓଡ଼ିଶା ସ୍ଥିତି ସଂଗୀନ ଆଡ଼କୁ ଯାଉଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡା ଠାରେ ନବ ଦାସଙ୍କ ପରିବାରକୁ ଭେଟିଲା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ ହେଉଛି । ଓଡ଼ିଶାରେ ଲ’ ଲେସ୍ ନେସ୍ ଡେଭଲପ କରିଛି । ଜଣେ କ୍ୟାବିନେଟ ମନ୍ତ୍ରୀ ପୋଲିସ ଦ୍ୱାରା ହତ୍ୟା ହେବା ବିଚଳିତ କରିଛି । ବିରୋଧୀ କଥା ଛାଡ଼ନ୍ତୁ, ନବ ବାବୁଙ୍କ ସମର୍ଥକ ବି ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ସତ୍ୟ ଉନ୍ମୋଚିତ ହେବା ଦରକାର ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ମନ୍ତ୍ରୀ, ରାଜ୍ୟରେ ସ୍ଥିତି ସଂଗୀନ ଆଡ଼କୁ ଯାଉଛି । ଏ ସ୍ଥିତି କେବେ ଯାଏ ରହିବ, ସରକାର ସଚେତନ ହେବାର ଆବଶ୍ୟକ ଅଛି ବୋଲି ସେ କହିଛନ୍ତି ।
