ଏଣିକି ଏଫ୍ଏସ୍ଏଲରେ ହୋଇପାରିବ ଲେୟାରଡ ଭଏସ୍ ଟେଷ୍ଟ
ଭୁବନେଶ୍ବର : ଆଉ ରାଜ୍ୟ ବାହାରକୁ ଯିବେନି ଓଡ଼ିଶା ପୋଲିସ । ଏଣିକି ରାଜ୍ୟ ଫରେନସିକ୍ ସାଇନ୍ସ ଲାବରୋଟାରି (ଏଫ୍ଏସ୍ଏଲ)ରେ ହୋଇପାରିବ ଲେୟାରଡ ଭଏସ୍ ଟେଷ୍ଟ। ଏହା ଇସ୍ରାଏଲ ଟେକ୍ନୋଲୋଜି। ଏ ନେଇ ସୂଚନା ଦେଇଛନ୍ତି ଜଣେ ଏସଏଫଏସଏଏର ଜଣେ ବରିଷ୍ଠ ପୋଲିସ ଅଧିକାରୀ।
ଲେୟାରଡ ଭଏସ୍ ଟେଷ୍ଟ ହେଉଛି ଅବିକଳ ପଲିଗ୍ରାଫ୍ ଟେଷ୍ଟ ଭଳି। ପଲିଗ୍ରାଫ ଟେଷ୍ଟରେ ଅଭିଯୁକ୍ତର ଶରୀରର ବିଭିନ୍ନ ସ୍ଥାନରେ କଡ଼ ଓ ସେନସର ସହିତ ମେସିନ୍ ସହିତ ସଂଯୋଗ ହେଉଛି ଏଥିରେ କିନ୍ତୁ ସେ ଭଳି ହେବ ନାହିଁ। ଜଣେ ଅଭିଯୁକ୍ତକୁ ପଚରା ଉଚରା କରିବାବେଳେ ତାର ସମ୍ମୁଖରେ ଏକ ଲାପଟପ୍ ରଖାଯିବ। ଅଭିଯୁକ୍ତ ଏହି ସମୟରେ ଯାହା ଉତ୍ତର ଦେବ ସେ ଅନୁଯାୟୀ ତାର ଗ୍ରାଫ୍ ଦେଖାଇବ। ତାର ମାନସିକ ସ୍ଥିତି, ଚିନ୍ତା, ଭାବ ପ୍ରବଣ, ରକ୍ତଚାପ, ହୃଦସ୍ପନ୍ଦନ, ନିଶ୍ବାସ ପ୍ରଶ୍ବାସ, ଚମଡ଼ାର ବ୍ୟବହାର ଆଦି ଜଣା ପଡ଼ି ଯିବ। ଅଭିଯୁକ୍ତ ମିଛ କହୁଥିଲେ, ଧରା ପଡ଼ି ଯିବ। ଏଭଳି ଟେକ୍ନୋଲୋଜି ଆସିବା ପରେ ଏବେ ରାଜ୍ୟରେ ବିଭିନ୍ନ ଅପରାଧର ତଦନ୍ତ ପ୍ରକ୍ରିୟା ସହଜ ହୋଇ ପାରିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।
ଏହି ସଫ୍ଟୱାର ଇସ୍ରାଏଲର ହୋଇ ଥିବାରୁ ଏହା ବୈଷିୟିକ କ୍ଷେତ୍ରରେ ଶକ୍ତଶାଳୀ ଅଟେ। ରାଜ୍ୟ ଏସ୍ଏଫ୍ଏଲ୍ର ଉକ୍ତ ଅଧିକାରୀ ଜଣକ କହିଛନ୍ତି, ଆମ କର୍ମଚାରୀମାନଙ୍କୁ ଠିକ୍ ଭାବେ ତାଲିମ ଦିଆଯିବ ପରେ ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରିବ। ଏଠାରେ ପ୍ରକାଶଥାଉକି ପୂର୍ବରୁ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଓ ନୟାଗଡ଼ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତର ମଧ୍ୟ ଏଲ୍ଭିଏ ଟେଷ୍ଟ କରାଇଥିଲା କ୍ରାଇମବ୍ରାଞ୍ଚ।
