ଘୁଞ୍ଚିଲା ଅର୍ଚ୍ଚନା ନାଗ୍ ଜାମିନ ଆବେଦନ ଶୁଣାଣି
ଭୁବନେଶ୍ୱର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଜାମିନ ଆବେଦନ ମାମଲାରେ ହାଇକୋର୍ଟରେ ଶୁଣାଣି ଘୁଞ୍ଚିଲା । ଚାର୍ଜସିଟର ସବିଶେଷ ନଥିପତ୍ର ଦାଖଲ ପାଇଁ ଆବେଦନ କରାଯାଇଛି । ନୟାପଲ୍ଲୀ ଥାନା ପୋଲିସ ପକ୍ଷରୁ ଦାଖଲ ଚାର୍ଜସିଟର ନଥିପତ୍ର ଦାଖଲ ପାଇଁ ଅର୍ଚ୍ଚନାଙ୍କ ପକ୍ଷରୁ ଆବେଦନ କରାଯାଇଛି ।
ଅର୍ଚ୍ଚନାଙ୍କ ପକ୍ଷରୁ ତାଙ୍କ ଆଇନଜୀବୀ ଆବେଦନ କରିଥିବା ନେଇ ସୂଚନା ମିଳିଛି । ଆଜି ହାଇକୋର୍ଟରେ ଜାମିନ ଆବେଦନ ଶୁଣାଣୀ ସମୟରେ ନୟାପଲ୍ଲୀ ଥାନା ପୋଲିସ ପକ୍ଷରୁ ଦାଖଲ ଚାର୍ଜସିଟର ସବିଶେଷ ନଥିପତ୍ର ଦାଖଲ କରାଯାଇନଥିଲା ।
