ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ବିଶ୍ୱର ସବୁଠାରୁ ଗ୍ରହଣୀୟ ନେତା ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : କରୋନା କାଳରେ ଅକ୍ଷୁର୍ଣ୍ଣ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ଦୁନିଆର ସବୁଠାରୁ ଗ୍ରହଣୀୟ ନେତା ବିବେଚିତ ହୋଇଛନ୍ତି ନମୋ । ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ନରେନ୍ଦ୍ର ମୋଦି ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କଠାରୁ ଆଗରେ ଅଛନ୍ତି । ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୬୬% ପ୍ରତିଶତ ମିଳିଛି ।
ତଥ୍ୟ ଅନୁଯାୟୀ, କରୋନା ସମୟରେ ମଧ୍ୟ ଆମେରିକା, ବ୍ରିଟେନ, ଋଷ, ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ୧୩ଟି ଦେଶର ଅନ୍ୟ ନେତାଙ୍କ ତୁଳନାରେ ପିଏମ ମୋଦୀ ଭଲ ସ୍ଥାନରେ ରହିଛନ୍ତି । ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ମର୍ନିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ତାଙ୍କର ଲୋକପ୍ରିୟତା କିମ୍ବା ଅନୁମୋଦନ ମୂଲ୍ୟାୟନରେ କରୋନାର ଦ୍ୱିତୀୟ ଲହରରେ ହ୍ରାସ ପାଇଛି । ଏହା ସତ୍ତ୍ୱେ ସେ ବିଶ୍ୱର ଶୀର୍ଷରେ ରହିଛନ୍ତି । ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କ ତୁଳନାରେ ପ୍ରଦର୍ଶନ ଭଲ ରହିଛି । ଏହି ଅନୁମୋଦନ ମୂଲ୍ୟାୟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ଅଛନ୍ତି, ଯାହାଙ୍କର ଅନୁମୋଦନ ୬୫% ରହିଛି । ତୃତୀୟ ସଂଖ୍ୟା ହେଉଛି ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡୋର, ଯାହାର ରେଟିଂ ୬୩ ପ୍ରତିଶତ ରହିଛି ।
