ସରକାରୀ ବସ୍ ରୁ ନଗଦ ୧୮ ଲକ୍ଷ ଟଙ୍କା ଜବତ
ଗଞ୍ଜାମ : ଗଞ୍ଜେଇ ସନ୍ଦେହରେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ଉ ବେଳେ ଏକ ସରକାରୀ ବସ୍ ରୁ ନଗଦ ୧୮ ଲକ୍ଷ ଟଙ୍କା ଜବତ ହୋଇଛି । ଆଜି ସକାଳେ ବ୍ରହ୍ମପୁରରୁ କଟକ ଅଭିମୁଖେ ଯାଉଥିବା ଏହି ସରକାରୀ ବସ୍ କୁ ବ୍ରହ୍ମପୁର ବାଇପାସ୍ ଲାଞ୍ଜିପଲୀ ନିକଟରେ ଅଟକାଇ ଯାଂଚ୍ ବେଳେ ବସ୍ ରେ ଥିବା ଏକ ଟ୍ରଲି ବ୍ୟାଗରୁ ଏହି ଟଙ୍କା ଜବତ ହୋଇଛି । ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ସଞ୍ଜୟ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପଚରା ଉଚରା ଜାରୀ ରହିଛି ।
