ଦେଶର ସମସ୍ତ ସରକାରୀ ଡାକ୍ତରଖାନାରେ ଖୋଲିବ ଏକୀକୃତ ଔଷଧ କେନ୍ଦ୍ର
ନୂଆଦିଲ୍ଲୀ : ଦେଶର ସମସ୍ତ ସରକାରୀ ଡାକ୍ତରଖାନାରେ ଖୋଲିବ ଏକୀକୃତ ଔଷଧ କେନ୍ଦ୍ର । ଏଥିରେ ଉଭୟ ଆୟୁର୍ବେଦ ଏବଂ ଆଧୁନିକ ଔଷଧ ବ୍ୟବହାର କରି ରୋଗୀମାନଙ୍କୁ ଚିକିତ୍ସା କରାଯିବ। ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହ ମିଳିତ ଏକୀକୃତ ଔଷଧ କେନ୍ଦ୍ରର ଉଦଘାଟନ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ଯେତେବେଳେ କୌଣସି ଦେଶର ଲୋକମାନେ ସୁସ୍ଥ ରହିବେ ସେତେବେଳେ ସେହି ଦେଶ ସମୃଦ୍ଧ ହେବ। ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ ଆୟୁର୍ବେଦ ଏବଂ ଆଧୁନିକ ଔଷଧ ମାଧ୍ୟମରେ ଏକୀକୃତ ଔଷଧ କେନ୍ଦ୍ରରେ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଉଭୟ ସ୍ୱାସ୍ଥ୍ୟ ଏବଂ ଆୟୁଷ ମନ୍ତ୍ରଣାଳୟ ମିଳିତ ହୋଇଛନ୍ତି।
