ଦେଶି ମଦ ଚାଲାଣ ବେଳେ ୨ ଗିରଫ
ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ବିଭାଗ ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ ଜୟପୁର ଜୟନଗରର ଜଗଦିଶ ଗାଧବା ଓ କୁନ୍ଦାରିଗୁଡାର ସଇତା ପରାଜା । ଅବକାରି ବିଭାଗ ସୁଚନା ଅନୁଯାଇ ଦେଶି ମଦ ଚାଲାଣ ହେଉଥିବା ଜୟପୁର ଅବକାରି ବିଭାଗ ସହରର ଜୟନଗର ଓ କୁନ୍ଦିରାଗୁଡା ଠାରେ ଚଢାଉ କରିଥିଲା । ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରି ସେ ମାନଙ୍କ ଠାରୁ ୨୯ ଲିଟର ଦେଶି ମଦ ଜବତ କରି କୋର୍ଟ ଚାଲାଣ କରିଥିବା ଜୟପୁର ଅବକାରି ଓଆଇସି ସଂଜୟ କୁମାର କାଣ୍ଡି ସୁଚନା ଦେଇଛନ୍ତି ।
