ବସ ଧକ୍କାରେ ଶିକ୍ଷୟିତ୍ରୀ ଗୁରୁତର
କେନ୍ଦ୍ରାପଡ଼ା : ଜାତୀୟ ରାଜପଥର ଦୁହୁରିଆ ନିକଟ ସଡକ ପରିବହନ କାର୍ଯ୍ୟାଳୟ ନିକଟରେ ବସ ଦୁର୍ଘଟଣାରୁ ଶିକ୍ଷୟିତ୍ରୀ ଜଣକ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ବୁଧବାର ପୂର୍ବାହ୍ନରେ ଶିକ୍ଷୟିତ୍ରୀ ଜଣକ ସ୍କୁଟିରେ ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ ସହିତ ଧକ୍କା ହୋଇଥିଲା । ଶିକ୍ଷୟିତ୍ରୀ ଜଣକ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ଜଣାପଡିଛି । ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବାର ଜଣାପଡିଛି ।
