୫୦୦ ମେଟ୍ରିକ ଟନ୍ର ନିର୍ମାଣ ହେବ ଶୀତଳ ଭଣ୍ଡାର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଦ୍ୱାରା ଚାଷୀମାନେ ଫସଲର ଉଚିତ୍ ମୂଲ୍ୟ ପାଇପାରୁ ନାହାଁନ୍ତି । ଏହାକୁ ଦୃଷ୍ଟିରେରଖି ନିୟନ୍ତ୍ରିତ ବଜାର କମିଟି ପରିସରରେ ଏକ ୫୦୦ ମେଟ୍ରିକ ଟନ୍ର ହେବ ଶୀତଳ ଭଣ୍ଡାର କରିବା ପାଇଁ ନିଷ୍ପତି ନିଆଯାଇଛି । ଏନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ଆଲୋଚନା ହୋଇଥିଲା । ଭୁବନେଶ୍ୱର ରୁ ଆସିଥିବା ଠିକାଦାର, ଜେଇ ବିନୟ କୁମାର ବାରିକ, ଆର.ଏମ୍ସି ସଂପାଦକ ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ ଚାଷୀମାନେ ଯେଭଳି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଚାଷୀ ମାନଙ୍କର ସୁବିଧା ପାଇଁ ଏହି ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଛି । ଶୀତଳ ଭଣ୍ଡାରର ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରକାଶ କରିଛନ୍ତି ।
