ଓଡିଶା କ୍ଲବ ଶକ୍ତିଉତ୍ତେଳୋନ ପ୍ରତିଯୋଗିତା ରେ ଦେବୀ ସିଂ ଓ ପ୍ରଭାତି ସିଂ ଙ୍କ ସଫଳତା ଦେବୀ ସିଂ ଷ୍ଟ୍ରଙ୍ଗ ଓମେନ ଅଫ ଓଡିଶା
ବାରିପଦା : ଚଳିତ ମାସ ୫ ଏବଂ ୬ ତାରିଖ ଦୁଇ ଦିନ ଧରି ଭୂବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ଓଡିଶା କ୍ଲବ ଶକ୍ତିଉତ୍ତେଳୋନ ପ୍ରତିଯୋଗିତା ରେ ମୟୁରଭଞ ଜିଲା ବାରିପଦାସ୍ଥିତ ମୟୁରଭଞ ଜିମ୍ନାସିୟମର ଦୁଇ ଜଣ ପ୍ରତିଯୋଗୀ ଦେବୀ ସିଂ ଏବଂ ପ୍ରଭାତୀ ସିଂ ଅଂଶ ଗ୍ରହଣ କରି ସଫଳତା ଅର୍ଜନ କରିଛନ୍ତି । ଦେବୀ ୬୩ କେଜି ବର୍ଗରେ ମୋଟ ଚାରିଶହ (୪୦୦) କେଜି ଏବଂ ପ୍ରଭାତି ୫୩ କେଜି ବର୍ଗରେ ମୋଟ ୩୩୨ କେଜି ଉତ୍ତୋଳନ କରି ଉଭୟ ସିନିଅର ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏଥି ସହିତ ଦେବୀ ସିଂ ଷ୍ଟ୍ରଙ୍ଗ ଓମେନ ଅଫ ଓଡିଶା ଆଖ୍ୟା ଅର୍ଜନ କରିଛନ୍ତି । ଓଡିଶା ରାଜ୍ୟ ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଉଭୟ ଙ୍କୁ ସ୍ୱନ୍ନ ପଦକ ଏବଂ ନଗଦ ରାଶି ପ୍ରଦାନ କରାଯାଇଅଛି । ଉଭୟ ସଫଳ ପ୍ରତିଯୋଗୀ ଙ୍କୁ ମୟୁରଭଞ ଜିଲା ଶକ୍ତିଉତ୍ତୋଳନ ସଂଘ ଏବଂ ମୟୁରଭଞ ଜିମ୍ନାସିୟମ ର ସଂପାଦକ ନବ କୁମାର ସାହୁ , କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର କୁମାର ମହାନ୍ତି , ସତ୍ୟବ୍ରତ ବେହେରା , ସୁମିତ କୁମାର ସାହୁ , ରାଜେନ୍ଦ୍ର କୁମାର ପରିଡା , ନିତେଶ ବାରିିକ ପ୍ରମୁଖ ଙ୍କ ଅନ୍ୟାନ୍ୟ କର୍ମକର୍ତ୍ତାବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି ।
