ବେଆଇନ ପାର୍କିଂ ପାଇଁ ପୋଲିସର ଜରିମାନା ଆଦାୟ ବେଳେ ଉତ୍ତେଜନା, ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ
ଖୋର୍ଦ୍ଧା : ବାଇକ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି । ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡ ନିକଟ ରାସ୍ତା ଉପରେ ବାଇକ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ଏନେଇ ଜଣେ ମହିଳା ଏସଆଇ ବେଆଇନ ପାର୍କିଂ ପାଇଁ ଜରିମାନା ଆଦାୟ କରୁଥିଲେ । ଏହି ସମୟରେ ନିକଟସ୍ଥ ଦୋକାନରେ ପାର୍କିଂ କରିଥିଲେ ଯୁବ ଆଇନଜୀବୀ ଶିଳାଦିତ୍ୟ ପଟ୍ଟନାୟକ । ତାଙ୍କ ବାଇକ ଠାରୁ ଜରିମାନା ଆଦାୟ ବେଳେ ଉଭୟ ସଂପୃକ୍ତ ଏସଆଇ ଓ ଆଇନଜୀବୀଙ୍କ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ପୋଲିସ ଅଧିକାରୀ ତାଙ୍କ ଉପରକୁ ହାତ ଉଠାଇଥିଲେ । ଯାହାକୁ ସେ ତୀବ୍ର ବିରୋଧ କରିଥିଲେ ।
ଏହାର ପ୍ରତିବାଦରେ ସ୍ଥାନୀୟ ବ୍ୟବସାୟୀ ନୂଆ ବସଷ୍ଟାଣ୍ଡ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବରପାଇ ଟାଉନ ଅଧିକାରୀ ତାରିକ ଅହମ୍ମଦ ଓ ଅନ୍ୟଅଧିକାରୀ ମାନେ ପହଞ୍ଚି ବୁଝାସୁଝା ପରେ ଧାରଣାରୁ ଓହରିଥିଲେ ।
