ସ୍ୱାସ୍ଥ୍ୟ ମନ୍ତ୍ରୀ ହତ୍ୟା ମାମଲା : ଅଭିଯୁକ୍ତ ଗୋପାଳ ଓ ପତ୍ନୀଙ୍କୁ ମୁହାଁମୁହିଁ ଜେରା କଲା କ୍ରାଇମବ୍ରାଞ୍ଚ
ଝାରସୁଗୁଡ଼ା : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଓ ତାଙ୍କ ପତ୍ନୀଙ୍କୁ ମୁହାଁମୁହିଁ ଜେରା କଲା କ୍ରାଇମବ୍ରାଞ୍ଚ । ଓଏସ୍ଏପିର ୨ୟ ବାଟାଲିୟନ୍ ପରିସରରେ ଜେରା ଚାଲିଛି । ସେହିପରି ଆଉ କିଛି ସମୟ ମଧ୍ୟରେ କ୍ରାଇମ ସ୍ପଟରେ ହେବେ କ୍ରାଇମ୍ ସିନ୍ ରିକ୍ରିଏସନ ।
ସୂଚନା ଯେ, ନବ ଦାସ ହତ୍ୟା ମାମଲା। ଆଜି ଝାରସୁଗୁଡା ଯିବେ ଜଷ୍ଟିସ ଜେ.ପି ଦାସ । ଅପରାହ୍ନରେ ଭୁବନେଶ୍ବର ଏୟାରପୋର୍ଟରୁ ଝାରସୁଗୁଡା ଯିବେ। ଆସନ୍ତାକାଲି ଘଟଣାସ୍ଥଳରେ ତଦାରଖ କରିଵେ ଜଷ୍ଟିସ । ଜଷ୍ଟିସ ଦାସଙ୍କ ତତ୍ତ୍ବାବଧାନରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି । ଆଜି ପୋଲିସ ଡିଜି ସୁନୀଲ ବଂଶଲ ଏବଂ ଆଇନଶୃଙ୍ଖଳା ଏଡିଜି ଆର.କେ ଶର୍ମା ମଧ୍ୟ ଝାରସୁଗୁଡା ଯିବେ । ଅନ୍ୟପକ୍ଷରେ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଝାରସୁଗୁଡାରେ ପହଞ୍ଚିଲେ ନିମହାନ୍ସ ଟିମ୍। ବେଙ୍ଗାଳୁରୁରୁ ଆସିଥିବା ମାନସିକ ବିଶେଷଜ୍ଞ ମାନେ ଗୋପାଳକୁ କାଉନସେଲିଂ କରିବେ। ଗୋପାଳ ଦାସକୁ ଲଗାତର ଭାବେ ସପ୍ତମ ଦିନ ଜେରା କରୁଛି କ୍ରାଇମବ୍ରାଞ୍ଚ। ଓଏସଏପି ସେକେଣ୍ଡ ବାଟାଲିଅନ ପରିସରରେ କ୍ରାଇମବ୍ରାଞ୍ଚ ଏଡ଼ିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୩ ଜଣ ଡିଏସ୍ ପି ଓ ଇନିସ୍ପେକ୍ଟରଙ୍କ ସହ ସିଏଫଏସଏଲ ଟିମର ସଦସ୍ୟ ମାନେ ଜେରାରେ ସାମିଲ ହୋଇଛନ୍ତି। ଗୋପାଳର ଏଲଭିଏଟେଷ୍ଟ ଓ ସାଇକୋଲଜିକାଲ ଅସେସମେଣ୍ଟ ଟେଷ୍ଟ ଚାଲିଛି । ସିଏଫଏସଏଲ ଡାଇରେକ୍ଟର ଆଶା ଶ୍ରୀବାସ୍ତବ ନିଜେ ଏହି ଦୁଇଟି ପରୀକ୍ଷା କରୁଛନ୍ତି।
