ସ୍ୱାସ୍ଥ୍ୟ ମନ୍ତ୍ରୀ ହତ୍ୟା ଘଟଣା, ଆଜି ଝାରସୁଗୁଡ଼ା ଯିବେ ଜଷ୍ଟିସ୍ ଜେ.ପି ଦାସ
ଝାରସୁଗୁଡ଼ା : ସ୍ୱାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ ହତ୍ୟା ଘଟଣାରେ ମଙ୍ଗଳବାର ଝାରସୁଗୁଡା ଯିବେ ଜଷ୍ଟିସ ଜେ.ପି. ଦାସ । ଘଟଣାର ଅଧିକ ତଦନ୍ତ ଲାଗି ଜଷ୍ଟିସ ଦାସଙ୍କ ତତ୍ତ୍ବାବଧାନରେ ହେଉଛି କ୍ରାଇମବ୍ରାଞ୍ଚର ତଦନ୍ତ । ବୁଧବାର ଘଟଣାସ୍ଥଳରେ ତଦାରଖ କରିଵେ ଜଷ୍ଟିସ ।
ସେହିପରି ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ ଜାରି ରହିଛି । ଝାରସୁଗୁଡ଼ାରେ ପହଞ୍ଚିଲା ନିମହାନ୍ସର ୪ଜଣିଆ ଟିମ୍ । ସୋମବାର ବେଙ୍ଗାଲରୁରୁ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ନିମହାନ୍ସର ଉକ୍ତ ଟିମ୍ । ବିଶେଷଜ୍ଞ ଟିମ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ନେଇ ଯାଞ୍ଚ କରିବେ ଟିମ୍ ।
