ସ୍ୱାସ୍ଥ୍ୟ ମନ୍ତ୍ରୀ ହତ୍ୟା ଘଟଣା, ଝାରସୁଗୁଡ଼ାରେ ନିମହାନ୍ସର ୪ଜଣିଆ ଟିମ୍
ଝାରସୁଗୁଡ଼ା : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା । ଝାରସୁଗୁଡ଼ାରେ ପହଞ୍ଚିଲା ନିମହାନ୍ସର ୪ଜଣିଆ ଟିମ୍ । ବେଙ୍ଗାଲରୁରୁ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ନିମହାନ୍ସର ୪ଜଣିଆ ଟିମ୍ । ବିଶେଷଜ୍ଞ ଟିମ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ନେଇ ଯାଞ୍ଚ କରିବେ ଟିମ୍ ।
ସୂଚନା ଯେ, ନବ ଦାସ ହତ୍ୟା ମାମଲାରେ ତନାଘନା ଜାରି ରହିଛି । ନବ ଦାସଙ୍କୁ ହତ୍ୟା କରିବା ପଛରେ ପ୍ରକୃତ ରହସ୍ୟ କଣ, ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ବ୍ୟାପକ କରିଛି। ଅଭିଯୁକ୍ତ ଗୋପାଳ ଦାସ କେତେ ପାଗଳ, ତାର ମାନସିକ ସ୍ଥିତି କଣ ଥିଲା, ସେନେଇ ଚାଲିଛି ତାର ପରୀକ୍ଷା ନିରୀକ୍ଷା ଏବଂ ମାନସିକ ବିଶ୍ଳେଷଣ । ଗୋପାଳ ଦାସର କରାଯାଉଛି ଏଲଭିଏ ଟେଷ୍ଟ ଓ ସାଇକୋଲୋଜିକାଲ ଆସେସମେଣ୍ଟ ଟେଷ୍ଟ ହୋଇଛି । ସିଏଫଏସଏଲ ନିର୍ଦ୍ଦେଶକ ଆଶା ଶ୍ରୀବସ୍ତାବ ନିଜେ ଏହି ଦୁଇଟି ଯାକ ପରୀକ୍ଷା କରାଯାଇଛି ।
