ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା : କ୍ବାର୍ଟରରେ ଓଡ଼ିଶା ମହିଳା ଦଳ
ପୁରୀ : ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଚାଲିଥିବା ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ବିଜୟ ଜାରି ରଖିଛି। ପ୍ରି-କ୍ବାର୍ଟରଫାଇନାଲ୍ରେ ଓଡ଼ିଶା ମହିଳା ଦଳ ହିମାଚଳ ପ୍ରଦେଶକୁ ୯-୦ ବ୍ୟବଧାନରେ ପରାସ୍ତ କରି କ୍ବାର୍ଟରଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଅନ୍ୟ ପ୍ରି-କ୍ବାର୍ଟରଫାଇନାଲ୍ ମ୍ୟାଚରେ କେରଳ ୮-୧ରେ ହରିୟାଣାକୁ, ଛତିଶଗଡ଼ ୧୦-୦ରେ ପଣ୍ଡିଚେରୀକୁ, ଦିଲ୍ଲୀ ୧୫-୦ରେ ଇଣ୍ଡିଆନ ଅଏଲକୁ ପରାସ୍ତ କରିଛି। ଏହା ପୂର୍ବରୁ ଅନୁଷ୍ଠିତ ଲିଗ୍ ମ୍ୟାଚରେ କେରଳ ୧୫-୦ରେ ମଣିପୁରକୁ, ମହାରାଷ୍ଟ୍ର ୧୦-୦ରେ ପଶ୍ଚିମବଙ୍ଗକୁ, ଆନ୍ଧ୍ରପ୍ରଦେଶ ୧୧-୧ରେ ଚଣ୍ଡୀଗଡ଼କୁ, ପଞ୍ଜାବ ୧୦-୦ରେ ତାମିଲନାଡ଼ୁକୁ, ତେଲେଙ୍ଗାନା ୧୨-୦ରେ ଉତ୍ତରପ୍ରଦେଶକୁ, କର୍ଣ୍ଣାଟକ ୧୩-୩ରେ ତାମିଲନାଡ଼ୁକୁ, ରାଜସ୍ଥାନ ୧୦-୦ରେ ପଶ୍ଚିମବଙ୍ଗକୁ ହରାଇଛନ୍ତି।
ସେହିପରି ପୁରୁଷ ବିଭାଗରେ ଅନୁଷ୍ଠିତ ଲିଗ୍ ମ୍ୟାଚରେ ଦିଲ୍ଲୀ ୮-୦ରେ ବିହାରକୁ, ପଣ୍ଡିଚେରୀ ୧୨-୨ରେ ମେଘାଳୟକୁ, ଚଣ୍ଡୀଗଡ଼ ୮-୦ରେ ଇଣ୍ଡିଆନ ଅଏଲକୁ, ମହାରାଷ୍ଟ୍ର ୯-୦ରେ ଜମ୍ମୁକାଶ୍ମୀରକୁ, ଜମ୍ମୁକାଶ୍ମୀର ୯-୦ରେ ଉତ୍ତରପ୍ରଦେଶକୁ, ଗୁଜରାଟ ୧-୦ରେ କର୍ଣ୍ଣାଟକକୁ, ଛତିଶଗଡ଼ ୧୧-୦ରେ ମଣିପୁରକୁ, ଆନ୍ଧ୍ରପ୍ରଦେଶ ୧୦-୦ରେ ପଶ୍ଚିମବଙ୍ଗକୁ, ହିମାଚଳପ୍ରଦେଶ ୧୪-୩ରେ ତାମିଲନାଡ଼ୁକୁ, ଦିଲ୍ଲୀ ୭-୨ରେ ମେଘାଳୟକୁ, ଛତିଶଗଡ଼ ୭-୦ରେ ହିମାଚଳପ୍ରଦେଶକୁ, ପଣ୍ଡିଚେରୀ ୭-୬ରେ ବିହାରକୁ, କେରଳ ୧୧-୦ରେ ମଣିପୁରକୁ, ଇଣ୍ଡିଆନ ଅଏଲ ୧୧-୦ରେ ତାମିଲନାଡ଼ୁକୁ, ତେଲେଙ୍ଗାନା ୧୨-୦ରେ ପଶ୍ଚିମବଙ୍ଗକୁ ହରାଇଛି। ମଙ୍ଗଳବାର ପ୍ରି-କ୍ବାର୍ଟର, କ୍ବାର୍ଟର ଫାଇନାଲ ଓ ସୁପରଲିଗ ଅନୁଷ୍ଠିତ ହେବ। ସୋମବାର ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଅତିଥିଭାବେ ଉପସ୍ଥିତ ରହି କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଥିଲେ। ସଫ୍ଟବଲ ସଂଘର ରାଜକିଶୋର ପଟ୍ଟନାୟକ, ସୌମିତ୍ର ହରିଚନ୍ଦନ, ଏସ୍. ପଟ୍ଟନାୟକ, ସୌରଭ ରଥ, ଏ. କାନୁନଗୋ, ଅରବିନ୍ଦ ଦାସ, ସୁଚରିତା ପଟ୍ଟନାୟକ, ସୌଭାଗ୍ୟ ସାହୁ, ସୌମ୍ୟରଞ୍ଜନ ସାହୁ, ବିଭୂ ପଶୁପାଳକ, ଅମିୟ ନାଗ ଓ ଅଶୋକ ମହାନ୍ତି ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରୁଛନ୍ତି।
