ଭାରତୀୟ ନୌସେନାର ଆଉ ଏକ ଐତିହାସିକ ମାଇଲଖୁଂଟ ! ଆଇଏନ୍ଏସ୍ ବିକ୍ରାନ୍ତ ଉପରେ ଲଢୁଆ ବିମାନର ସଫଳ ଲ୍ୟାଣ୍ଡିଂ
ନୂଆଦିଲ୍ଳୀ : ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ଆତ୍ମନିର୍ଭର ଭାରତ ଦିଗରେ ଭାରତକୁ ବଡ଼ ସଫଳତା । ସୋମବାର ନୌସେନାର ପାଇଲଟ୍ ଆଇଏନଏସ ବିକ୍ରାନ୍ତରେ ହାଲୁକା ଲଢ଼ୁଆ ବିମାନ ଏଲସିଏ (ନୌସେନା) ର ସଫଳ ଭାବରେ ଅବତରଣ କରିଛନ୍ତି । ଆଉ ଏହି ସଫଳତା ସ୍ୱଦେଶୀ ଲଢ଼ୁଆ ବିମାନ ସହ ସ୍ୱଦେଶୀ ବିମାନ ବାହକକୁ ଡିଜାଇନ୍, ବିକଶିତ, ନିର୍ମାଣ କରିବାରେ ଭାରତର କ୍ଷମତାକୁ ଦର୍ଶାଇଛି ।
ସୂଚନା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ସ୍ୱଦେଶୀ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର (ଆଇଏଏସି) କୁ ୨ ସେପ୍ଟେମ୍ବରରେ ନୌସେନାରେ ସାମିଲ କରିଥିଲେ । ସାମୁଦ୍ରିକ ପରୀକ୍ଷଣର ଚତୁର୍ଥ ଏବଂ ଶେଷ ପର୍ଯ୍ୟାୟକୁ ସଫଳତାପୂର୍ବକ ଶେଷ କରିବା ପରେ ଭାରତୀୟ ନୌସେନା ୨୮ ଜୁଲାଇରେ ସିଏସଏଲ ସହ ଏହି ଏୟାରକ୍ରାଫ୍ଟ କ୍ୟାରିୟରକୁ ହାସଲ କରିଥିଲା । ଏୟାରକ୍ରାଫ୍ଟ କ୍ୟାରିୟର (ବିମାନ ବାହକ ଯୁଦ୍ଧ ଜାହଜ) ପାଇଁ ଯୁଦ୍ଧ ବିମାନ ଅଣାଯାଇଛି । ଏହି ମିଗ୍-୨୯ ର ଲଢ଼ୁଆ ବିମାନ, କାମୋଭ-୩୧ ହେଲିକପ୍ଟର ଏବଂ ଏମଏଚ-୬୦ ଆର ହେଲିକପ୍ଟରର ସଂଚାଳନ କରିବାକ ପାଇଁ ପ୍ରସ୍ତୁତ ।
Historical milestone achieved towards #AatmaNirbharBharat by #IndianNavy as Naval Pilots carry out landing of LCA(Navy) on @IN_R11Vikrant. Demonstrates #India’s capability to design, develop, construct & operate #IndigenousAircraftCarrier with indigenous Fighter Aircraft. pic.twitter.com/3HuwuGrZtx
— SpokespersonNavy (@indiannavy) February 6, 2023
ବିକ୍ରାନ୍ତ ଆସିବା ସହ ଭାରତ ସେହି ନିର୍ଦ୍ଦିଷ୍ଟ ଦେଶ ସମୂହରେ ସାମିଲ୍ ହୋଇଛି ଯାହାଙ୍କ ପାଖରେ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟରକୁ ଡିଜାଇନ କରିବା ସହ ଏହାର ନିର୍ମାଣ କ୍ଷମତା ରହିଛି । ଭାରତୀୟ ନୌସେନାର ଶାଶ ନବଲ ଡିଜାଇନ ନିର୍ଦ୍ଦେଶାଳୟ (ଡିଏନଡି) ଦ୍ୱାରା ଡିଜାଇନ କରାଯାଇଥିଲା ଏହି ଏୟାରକ୍ରାଫ୍ଟ କ୍ୟାରିୟରର ନିର୍ମାଣ ସିଏଲଏଲ କରିଛି ।
