କୋଭିଡ୍ ଗାଇଡଲାଇନ୍ ଉଲ୍ଳଂଘନ : ୧୬ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଜରିମାନା ଆଦାୟ
ଭୁବନେଶ୍ୱର : କୋଭିଡ୍ ଗାଇଡଲାଇନ୍ ଉଲ୍ଳଂଘନ ଅଭିଯୋଗରେ ଏପ୍ରିଲ ପହିଲା ଠାରୁ ଏଯାଏଁ ୫ ଲକ୍ଷ ୩୦ ହଜାର ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଛି । ସେମାନଙ୍କ ଠାରୁ ୧୬ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଜରିମାନା ଆଦାୟ କରାଯାଇଛି । କଟକଣା ଉଲ୍ଲଂଘନ କରିବା ନେଇ ୩୯୭୯ ଦୋକାନ ସିଲ୍ କରାଯାଇଛି । ଉଲ୍ଲଂଘନକାରୀ ଦୋକାନୀଙ୍କ ଠାରୁ ୪୭ ଲକ୍ଷ ଫାଇନ ଆଦାୟ ହୋଇଛି । ୧୪୮୬ ଅମାନିଆ ଗିରଫ ହୋଇଛନ୍ତି । ୩୧, ୭୫୮ ଗାଡ଼ି ଜବତ ହୋଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ୍ ଡିଜି ଶ୍ରୀ ଅଭୟ । ଏଥିସହ କୋଭିଡ଼ କଟକଣା ମାନିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପୋଲିସ ଡିଜି ।
ସେ କହିଛନ୍ତି ଯେ ଓଡିଶା ପୁଲିସ ପକ୍ଷରୁ ଦିନକରେ ୨୩ ଲକ୍ଷ ୩୦ ହଜାର ୯ଶହ ଟଙ୍କା ଫାଇନ ଆଦାୟ ହୋଇଛି । ଗତକାଲି ସକାଳ ଠାରୁ ଆଜି ସକାଳ ମଧ୍ୟରେ ଅମାନିଆଙ୍କ ଠାରୁ ଏହି ଫାଇନ ଆଦାୟ କରାଯାଇଛି । ଏଥିସହ ୨୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୦୫ଟି ଗାଡି ଜବତ କରାଯାଇଛି ।କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ୪ଟି ମାମଲା ରୁଜ୍ଜୁ ହୋଇଛି ।
