ଦେଓଗାଁ ରେଞ୍ଜର କନ୍ଦାମୁଣ୍ଡା ଗ୍ରାମ ନିକଟରେ ବିପୁଳ ପରିମାଣର ଶାଗୁଆନ ନିମ ଗଣ୍ଡି ଓ କାଠ ଖଣ୍ଡ ଜବତ
ବଲାଙ୍ଗୀର : ପ୍ରାୟ ୧୧.୩୦ଟା ପୂର୍ବାହ୍ନ ରେ, ଦେଓଗାଁ ରେଞ୍ଜ ର କର୍ମଚାରୀ ମାନେ ଦେଓଗାଁ ବିଭାଗର କନ୍ଦାମୁଣ୍ଡା ଗ୍ରାମ ନିକଟରେ ୧୬ଟି ଶାଗୁଆନ ଗଣ୍ଡି, ୬ଟି ନିମ୍ବ ସାଇଜ୍ ଏବଂ ୬ଟି ଶାଗୁଆନ ସାଇଜ୍ ଜବତ କରିଛନ୍ତି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣା ଯାଇଥିଲା । ଅଧିକ ଅନୁସନ୍ଧାନ ଚାଲିଛି । ଶ୍ରୀ ପିଙ୍କୁ ଭୋଇ, ଫରେଷ୍ଟର, ଶ୍ରୀ ବିପିନ କୁମାର ଭୋଇ, ଫୋରେଷ୍ଟ ଗାର୍ଡ; ଏବଂ ଦେଓଗାଁ ରେଞ୍ଜର ପାରା ଷ୍ଟାଫ୍, ରେଞ୍ଜ ଅଫିସର ଶ୍ରୀ ଆଲୋକ କୁମାର ମାଝୀଙ୍କ ମାର୍ଗଦର୍ଶନ ଅନୁଯାୟୀ ଏହି ଚଢ଼ାଉ କରିଥିଲେ ।
