ଜବର ଦଖଲ ହଟାଇବା ପାଇଁ ପୈାରସଂସ୍ଥାର ନୋଟିସ୍
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରର ପୁରୁଣା ବସଷ୍ଟାଣ୍ଡର ସୌନ୍ଦର୍ଯ୍ୟକରଣ ଏବଂ ବସଷ୍ଟାଣ୍ଡର ଯାତାୟତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜବରଦଖଲ କରିଥିବା ପ୍ରତିଷ୍ଠାନଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ପୌରସଂସ୍ଥା ତରଫରୁ ନୋଟିସ୍ ଦିଆଯାଇଛି । ରାସ୍ତାକୁ ଅବରୋଧ କରି କିମ୍ବା ନିଜ ଜାଗା ଠାରୁ ଅଧିକ ମଡ଼ାଇ ବ୍ୟବସାୟ କରୁଥିବା ଦୋକାନୀମାନେ ଯଥାଶୀଘ୍ର ଆସନ୍ତା ୮.୦୨.୨୩ ସୁଦ୍ଧା ସରକାରୀ ରାସ୍ତା ଜବର ଦଖଲ ଛାଡିଦେବା ପାଇଁ ପୌରସଂସ୍ଥା ତରଫରୁ ନିବାର୍ହୀ ଅଧିକାରୀ ଦେବ ପ୍ରସାଦ ବଳ ଦେକାନୀମାନଙ୍କୁ ନୋଟିସ୍ ଜାରି କରିଛନ୍ତି । ଦୁଇଦିନ ଭିତରେ ଉଚ୍ଛେଦ ନକଲ ପୌରସଂସ୍ଥା ତରଫରୁ ଉଚ୍ଛେଦ କରାଯିବା ସହିତ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବଗତ କରାଯାଇଛି ।
