ଭରସୂଜା ଠାରେ ଦୁଇଦିନିଆ ଚେସ୍ ଟୁର୍ଣ୍ଣାମେଂଟ ଉଦଯାପିତ
ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଠାରେ ଦୁଇଦିନିଆ ଚେସ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚେସ ଏସୋସିଏସନର ସମ୍ପାଦକ ଦେବଦତ ଭଟ୍ଟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ଯୁବ ପରିଷଦ ସମ୍ପାଦକ ନିହାର ରଞ୍ଜନ ବେହେରା, ସଭାପତି ଉମାକାନ୍ତ ପଟେଲ, ବିଜେଡି ବ୍ଲକ ସଭାପତି ପଂଚୁ ପଧାନ, ଭର୍ସୂଜା ସରପଂଚଙ୍କ ପ୍ରତିନିଧି ଲଳିତ ସାହୁ, ଆର୍ ବି ଟେଟର ବିଧି ଭୂଷଣ ମିଶ୍ର ଓ ସରୋଜ କୁମାର ବେହେରା, ଜିଲ୍ଲା ଚେସ ସଂଘ ର ସଭାପତି ପ୍ରିୟବନ୍ତ ପଣ୍ଡା, ବିଘ୍ନେଶ୍ୱର ଯୋଶୀ, ବିନୟ ସାହୁ ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଉତ୍ସବରେ ଶିଶୁ, ମହିଳା, ପୁରୁଷ ଓ ୨୦ ଜଣ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ଚମ୍ପିୟାନ ହୋଇ ଦାଶରଥି ସାହୁ ଭୁବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଗଜପତି ଜିଲ୍ଲାର ବିରେନ୍ଦ୍ର ରାଇତା, ଭର୍ସୂଜାର ବିରଂଚି କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । କମିଟି ଉମାକାନ୍ତ ପୁଟେଲ, ସଭାପତି, ସମ୍ପାଦକ କରୁଣାକର ପାତ୍ର, କୋଷାଧ୍ୟକ୍ଷ ଭଜମନ ସାହୁ ଓ କମିଟି ତଥା ଗ୍ରାମବାସୀଙ୍କ ସହଯୋଗରେ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଶେଷରେ ପଂଚୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
