ନବ ଦାସଙ୍କ ହତ୍ୟା ପଛରେ ରହିଛି ବଡ ଷଡଯନ୍ତ୍ର – ସନ୍ତୋଷ ସିଂହ ସାଲୁଜା
ଭୁବନେଶ୍ୱର : ରାଜ୍ୟର ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଏହା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ସାଲୁଜା କହିଛନ୍ତି ଯେ ଶତ୍ରୁ ତାଙ୍କ ନିଜ ଦଳରୁ ହୋଇ ଥାଇ ପାରନ୍ତି । ସେ କହିଛନ୍ତି ଯେ ମୋତେ ଏବଂ ସମସ୍ତ ଙ୍କୁ ବି ସନ୍ଦେହ ଅଛି ନବ ଦାସ ଙ୍କ ହତ୍ୟାକାଣ୍ଡର ତଦନ୍ତ କେବଳ କାଗଜ କଲମ ରେ ହୋଇଯିବ । ଏହି ହତ୍ୟାକାଣ୍ଡ ରେ ବଡ଼ ବଡ଼ ଲୋକଙ୍କର ସମ୍ପୃକ୍ତି ଥିବାରୁ ପ୍ରକୃତ ହତ୍ୟାକାରୀ କୁ ସରକାର ଧରିବେ ନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଭିନ୍ନ ଦିଗକୁ ନେଇ ତଦନ୍ତ କରିବାକୁ ହାଇକୋର୍ଟ ତତ୍ତ୍ୱାବଧାନରେ ଏସ ଆଇ ଟି ତଦନ୍ତ ଲାଗି ଆମେ ଦାବି କରିଥିଲୁ । ହେଲେ ରାଜ୍ୟ ସରକାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ । ଖାକି ତଦନ୍ତ ଖାକି କରୁଛି । ଏହାର ତଦନ୍ତ କାଗଜ କଲମରେ ରହିବ ।
