‘ଲିଓ’ ମୁଭିର ଟିଜର ରିଲିଜ, ଦମଦାର ଆକ୍ସନରେ ଥାଲାପତି ବିଜୟ
ହାଇଦ୍ରାବାଦ : ଦର୍ଶକଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଆସୁଛି ଥାଲାପତି ବିଜୟଙ୍କ ଦମଦାର ଆକ୍ସନରେ ଭରା କାହାଣୀ। ତାମିଲ ଇଣ୍ଡଷ୍ଟ୍ରିରେ ବିଜୟଙ୍କର ଅଗଣିତ ଫ୍ୟାନ। ଖାଲି ତାମିଲ କାହିଁକି ବିଜୟଙ୍କ ଦମଦାର ଅଭିନୟର ସବୁ ଦିଓ୍ବାନା। ଯେଉଁ ମୁଭି କରନ୍ତି ସେଥିରେ ବିଜୟ ନିଜର ଶତ ପ୍ରତିଶତ ଦେବାକୁ ଚେଷ୍ଟା କରନ୍ତି। ବିଜୟଙ୍କ ସବ ଫିଲ୍ମ ଗୁଡ଼ିକ ଆକ୍ସନ ଏବଂ ଦମ୍ଦାର ଷ୍ଟୋରୀ ବେସ୍ ହୋଇଥାଏ।
ହିନ୍ଦିରେ ସାଉଥ ଫିଲ୍ମ ଗୁଡ଼ିକ ଜବରଦସ୍ତ କଲେକ୍ସନ କରୁଛି। ଏହି ପାର୍ଟିରେ ଏବେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ ସାମିଲ ହୋଇଛନ୍ତି। ବିଜୟଙ୍କର ପ୍ୟାନ ଇଣ୍ଡିଆ ଫିଲ୍ମ `ଲିଓ’ର ଟିଜର ଆସିଯାଇଛି। ଟିଜରଟି ରିଲିଜ ହେଉ ହେଉ ୬ଘଣ୍ଟା ମଧ୍ୟରେ ଏହାକୁ ସବୁଠାରୁ ଅଧିକ ଥର ଦେଖାଯାଇଥିବାବେଳେ ୟୁଟ୍ୟୁବରେ ଏହି ଟିଜର ଭିଡିଓକୁ ୧.୧ ମିଲିୟନରୁ ଅଧିକ ଲାଇକ ମିଳିସାରିଲାଣି। ଡାଇରେକ୍ଟର ଲୋକେଶ କନଗରାଜଙ୍କ ଏହି ଫିଲ୍ମର ନାଁ ଏବଂ ଟିଜର ଏବେ ଲିଓ ନାଁରେ ଘୋଷଣା କରାଯାଇଛି।
ଲିଓ ଟିଜରରେ ବିଜୟ ନଟସରୁ ଚକୋଲେଟ ପ୍ରସ୍ତୁତ କରୁଥିବା ନଜରକୁ ଆସିଛନ୍ତି। ଏହାପରେ ଏକ ତଲଓ୍ବାର ବନାଉଛନ୍ତି। ତଲଓ୍ବାର ପ୍ରସ୍ତୁତ ପରେ ଚକୋଲେଟକୁ ଖଣ୍ଡାରେ ଲଗାଇ ଏହାପରେ ଚାଖିକି କହୁଛନ୍ତି ବ୍ଲଡି ସ୍ବିଟ।
ଲିଓ’ ରେ ବିଜୟଙ୍କୁ ଦମ୍ଦାର ଆକ୍ସନ କରିବାକୁ ପ୍ରସ୍ତୁତ କରାଯାଇଛି। ଫିଲ୍ମର ଷ୍ଟୋରୀ ଏକ ଗ୍ୟାଙ୍ଗଷ୍ଟର କାହାଣୀକୁ ନେଇ ହୋଇଛି। ଏହା ଦର୍ଶକଙ୍କୁ ଖୁବ ଭଲ ଲାଗିବ। ମୁଭିର ହାଇ ଆକ୍ସନ ଏବଂ ଡ୍ରାମା ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି ଡାଇରେକ୍ଟର ଆଶାବାଦୀ ଅଛନ୍ତି। ଫିଲ୍ମର ଟିଜର ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ହୋଇଯିବ। ଫିଲ୍ମର ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ ମଧ୍ୟ ଜବରଦସ୍ତ ହୋଇଛି। ଏହି ଫିଲ୍ମର ମ୍ୟୁଜିକ ଅନିରୁଦ୍ଧ ରବିଚନ୍ଦର ଦେଇଛନ୍ତି। ଲୋକେଶ କନଗରାଜଙ୍କବିକ୍ରମ’ ଫିଲ୍ମ ବଡ଼ ହିଟ୍ ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମ ଓ୍ବାର୍ଲ୍ଡଓ୍ବାଇଡ ୪୦୦ କୋଟିରୁ ଅଧିକ କଲେକ୍ସନ କରିଥିଲା। ଲିଓ’ ମୁଭିର ନିର୍ମାତାମାନେ ଏହି ମୁଭିକୁ ଅଲଗା ଭାବେ ପ୍ରୋଜେକ୍ଟ କରିଛନ୍ତି। କିନ୍ତୁ କିଛି ୟୁଜର୍ସ କହିଛନ୍ତି ଏହି ମୁଭିର ଟିଜରବିକ୍ରମ’ ଫିଲ୍ମକୁ ଲିଙ୍କ କରୁଛନ୍ତି। ବିକ୍ରମ ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ କମଲ ହାସନ। ତେବେ ଫିଲ୍ମ ରିଲିଜ ପରେ ଜଣାପଡ଼ିବ ଏହା ଦର୍ଶକଙ୍କୁ ଭଲ ଲାଗୁଛି କି ନାହିଁ। ତେବେ ଆଶା ବିଜୟ ନିରାଶ କରିବେନି।
